ବରଗଡ଼ ଜିଲ୍ଲା ଏସ୍‌ପିଙ୍କୁ ଡିଜିପି ସମ୍ମାନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନଙ୍କୁ ଡିଜିପି ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି । ଏହା ସହିତ ବରଗଡ଼ ଜିଲ୍ଲାରେ କାର୍ଯ୍ୟରତ କନଷ୍ଟେବଳ ସୁଧୀର ଭୋଇଙ୍କୁ ମଧ୍ୟ ଡିଜିପି ଆୱାର୍ଡ ପ୍ରଦାନ କରାଯିବ । ପୋଲିସ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଯୋଗୁ ଉଭୟଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । ଆସନ୍ତା ଅପ୍ରେଲ ୧ ତାରିଖରେ ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ଭୁବନେଶ୍ୱର ପୋଲିସ ଭବନ ସମ୍ମିଳନୀ କକ୍ଷରେ ଏହି ସମ୍ମାନ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.