ଭୁବନେଶ୍ୱର : ଆଜି ବିଧାନସଭାରେ ଉପସ୍ଥାପନ ହେଲା ୨୦୨୧-୨୨ ବର୍ଷ ପାଇଁ ଅର୍ଥନୈତିକ ସର୍ଭେ ରିପୋର୍ଟ । ଏହି ବର୍ଷରେ ରାଜ୍ୟରେ ଅଭିବୃଦ୍ଧି ହାର ୧୦.୧ ରହିବା ଆକଳନ କରାଯାଇଛି । ୨୦୨୦-୨୧ ବର୍ଷରେ ଆର୍ଥିକ ଅଭିବୃଦ୍ଧି ହାର ୫.୩ ଥିଲା । ତେବେ ଜାତୀୟ ଅଭିବୃଦ୍ଧି ହାର ରାଜ୍ୟର ଅଭିବୃଦ୍ଧି ହାର ଠାରୁ କମ୍ ରହିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି । ରାଜ୍ୟରେ ଅବିବୃଦ୍ଧି ସାଙ୍ଗକୁ ମୁଣ୍ଡପିଛା ଆୟ ମଧ୍ୟ ବଢ଼ିଛି । ରାଜ୍ୟରେ ମୁଣ୍ଡପିଛା ଆୟ ୨୦୧୧-୧୨ ତୁଳନାରେ ଦ୍ୱିଗୁଣିତ ହୋଇଛି ବୋଲି କୁହାଯାଇଛି । ୨୦୧୧-୧୨ରେ ମୁଣ୍ଡପିଛା ଆୟ ୪୮,୪୯୯ଟଙ୍କା ରହିଥିଲା । ବର୍ତ୍ତମାନର ମୁଣ୍ଡପିଛା ଆୟ ବାର୍ଷିକ ୧ ଲକ୍ଷ ୨୭ ହଜାର ୩୮୩କୁ ବୃଦ୍ଧି ପାଇଛି । ୨୦୨୧-୨୨ ଆର୍ଥିକ ବର୍ଷରେ ଅବିବୃଦ୍ଧି ହାର ଦ୍ୱିଗୁଣିତ ହେବା ଲକ୍ଷ ରଖାଯାଇଛି ।
Prev Post