ନିଷ୍ଠା ପରିବାର ତରଫରୁ ଶବଦାହ ପାଇଁ ମାଗଣା ଜାଳେଣୀ କାଠର ବ୍ୟବସ୍ଥା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସହରରେ ବିଭିନ୍ନ ସମୟରେ ଶବଦାହ ପାଇଁ କାଠର ଅନେକ ଅସୁବିଧା ହୁଏ । ଗୋଟିଏ ପଟେ ନିଜର ଆତ୍ମୀୟ ସ୍ୱଜନଙ୍କୁ ହରାଇ ପରିବାର ବର୍ଗ ଦୁଃଖରେ ମ୍ରିୟମାଣ ହୋଇପଡ଼ିଥିବା ବେଳେ ଅନ୍ୟ ପଟେ ଶବଦାହ ପାଇଁ କାଠର ଚିନ୍ତା ବ୍ୟଥିତ କରେ । ନିଷ୍ଠା ପରିବାର ତରଫରୁ ବର୍ତ୍ତମାନ ସମୟରେ ଶବଦାହ ପାଇଁ ସଂପୂର୍ଣ୍ଣ ମାଗଣାରେ ଜାଳେଣୀ କାଠ ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି । ଶବଦାହ ପାଇଁ ଜାଳେଣୀ କାଠର ସହଯୋଗ କରିଛନ୍ତି ବିଜେପୁର, ବହଲ ବାହାଲର ଦିଲ୍ଲୀପ ମେହେର । ଶବଦାହ ପାଇଁ ଜାଳେଣୀ କାଠର ସହଯୋଗ କରିବା ପାଇଁ ଇଛୁକ ବ୍ୟକ୍ତି ଶ୍ୟାମ ସୁନ୍ଦର ସାହୁ ଓ ଲୋକନାଥ ସାହୁଙ୍କୁ ଯଥାକ୍ରମେ ୭୦୬୪୬୪୫୫୫୪ ଓ ୯୭୭୬୭୬୪୨୭୨ ନମ୍ବରରେ ଯୋଗାଯୋଗ କରିବାକୁ ନିଷ୍ଠା ପରିବାର ପକ୍ଷରୁ ନିବେଦନ କରାଯାଇଛି ।

Leave A Reply

Your email address will not be published.