csstore

ଓଡ଼ିଶା ବାଗ୍ମୀ ଭାରତୀ ସମ୍ମାନ ୨୦୨୨ ପ୍ରଦାନ

କଟକ : କର୍ମବୀର ଗୌରୀ ଶଙ୍କର ଟାଉନ ହଲଠାରେ ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀ ଓଡ଼ିଶା ଆନୁକୂଲ୍ୟରେ ଓଡ଼ିଶା ବାଗ୍ମୀ ଭାରତୀ ସମ୍ମାନ ୨୦୨୨ ପ୍ରଦାନ କରାଯାଇଛି । କଳା, ସାହିତ୍ୟ ଏବଂ ସଂସ୍କୃତି ବିଷୟରେ ମନମୁଗ୍ଧକର ଅସରନ୍ତି ବକ୍ତବ୍ୟ ପାଇଁ ଚୟନ କମିଟି ସଂଗ୍ରାମ କେଶରୀ ସାମନ୍ତରାୟଙ୍କୁ ଏହି ସମ୍ମାନ ଦେବା ପାଇଁ ମନୋନୀତ କରିଥିଲା । ସେ ତିନି ଖଣ୍ଡ ପୁସ୍ତକର ରଚନା କରି ବାଣୀ ଭଣ୍ଡାରକୁ ସମୃଦ୍ଧ କରିଛନ୍ତି । ସାହିତ୍ୟର ସର୍ବାଙ୍ଗୀନ ଉନ୍ନତି ସାଧନା କରିବା ସହିତ ନୂତନ ସୃଷ୍ଟି ପାଇଁ ବ୍ରତୀ ହୋଇଛନ୍ତି । ଯୁବ ଚେତନାର ଏହି ଯୁଗର ଶ୍ରେଷ୍ଟ ମାର୍ଗଦର୍ଶକ ବୋଲି ସଂଗଠନର ସମ୍ପାଦକ ଡ. ଗିରିଜା ଶଙ୍କର ଶ୍ରୀଚନ୍ଦନ ମହାପାତ୍ର ପରିପ୍ରକାଶ କରିଥିଲେ । ଏହି ଉତ୍ସବରେ ଶ୍ରୀମତୀ ସୁଜାତା ଶତପଥୀ, ଡ.ନୃସିଂହ ନନ୍ଦ ମହାପାତ୍ର, ଅଧ୍ୟାପକ ପରୀକ୍ଷିତ ସାହୁ, ଡ. ଗିରିଜା ଶଙ୍କର ଶ୍ରୀଚନ୍ଦନ ମହାପାତ୍ର, ପୂର୍ବତନ ସାଂସଦ, କବି, ବାଗ୍ମୀ ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ, (ମୁଖ୍ୟ ଅତିଥି) ପୂର୍ବତନ ସାହିତ୍ୟ ଏକାଡେମୀ ସଭାପତି ଡ ହୁସେନ ରବି ଗାନ୍ଧୀ, (ମୁଖ୍ୟବକ୍ତା) ଅର୍ଯ୍ୟକବି ପଣ୍ଡିତ ପ୍ରମୋଦ କୁମାର ମିଶ୍ର, (ସଭାପତି) ଜୟନ୍ତ ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ, ରାଜା ସାହେବ୍ ନୀଳଗିରି, (ସ୍ଵତନ୍ତ୍ର ସମ୍ମାନିତ ଅତିଥି) ଶ୍ରୀମତୀ ମନୋଜା ମଞ୍ଜରୀ ଦେବୀ, ରାଣୀ ସାହେବା ନୀଳଗିରି, (ସ୍ଵତନ୍ତ୍ର ଅତିଥି) ଯୋଗଦେଇ ସାମନ୍ତରାୟଙ୍କୁ ସମ୍ମାନିତ କରିଥିଲେ । ଶ୍ରୀ ସାମନ୍ତରାୟ ଜୀବନ ବ୍ୟାପୀ ସାହିତ୍ୟ ସାଧନାରେ ବ୍ରତୀ ରହିବେ ବୋଲି ମତବ୍ୟକ୍ତ କରିଥିଲେ ।

jayashree
Leave A Reply

Your email address will not be published.