pakka

ଧର୍ମପରାୟଣା ମହିଳାଙ୍କ ବିୟୋଗ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଜଣେ ଧର୍ମ ପରାୟଣା ମହିଳା ସ୍ନେହଲତା ଦାସଙ୍କ ୬୪ ବର୍ଷ ବୟସରେ ପରଲୋକ ହୋଇଯାଇଛି । କେନ୍ଦ୍ରାପଡା ଜିଲ୍ଲାର ଏଣ୍ଡର ଗ୍ରାମର ମୂଳନିବାସୀ ଶ୍ରୀମତୀ ଦାସ ହଠାତ୍ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ହସପିଟାଲ ନିଆଯାଇଥିଲା । ତେବେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିଥିଲେ । ଶ୍ରୀମତୀ ଦାସଙ୍କ ପୁଅ ସାରଦାପ୍ରସନ୍ନ ଦାସ, ଝିଅ ପ୍ରଣତୀ ଓ ପ୍ରଗତୀ ସହ ପୁତ୍ରବଧୁ ଓ ନାତିନାତୁଣି ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ଉପସ୍ଥିତ ଥିଲେ । ଖବର ପାଇ ଆଲୋକ ରଂଜନ ଦାସ, ରଶ୍ମି ରଂଜନ ଦାସ, ନାରାୟଣ ଚନ୍ଦ୍ର ମହାନ୍ତି, ସୁନିଲ୍ ଦାସ, ମନିନ୍ଦର ଦାସ ଓ ଅନ୍ୟାନ୍ୟ ବ୍ୟକ୍ତିମାନେ ତାଙ୍କ ଶେଷ ଦର୍ଶନ କରିଥିଲେ । ଶ୍ରୀମତୀ ଦାସ ଜଣେ ଧର୍ମପରାୟଣା ସହ ମେଳାପି ମହିଳା ଥିବାରୁ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

jay balangir
Leave A Reply

Your email address will not be published.

2 × two =