pakka

ଇସ୍ପାତ ଖଟିରେ ବିଶ୍ୱ କବିତା ଦିବସ ପାଳନ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ମାର୍କେଟ ପରିସରରେ ଥିବା ଇସ୍ପାତ ଖଟିରେ କବି ଆର୍ତ୍ତତ୍ରାଣ ମହାପାତ୍ରଙ୍କ ପୌରାହିତ୍ୟରେ ବିଶ୍ୱ କବିତା ଦିବସ ପାଳିତ ହୋଇଯାଇଛି । ଉପସ୍ଥିତ କବି ଓ ସାହିତ୍ୟିକ ମାନେ ଏହି ଅବସରରେ ମତ ରଖି କହିଲେ ଯେ, କବି ମନର ଅଭିବ୍ୟକ୍ତି ଶବ୍ଦର ରୂପନେଇ କବିତା ସୃଷ୍ଟି ହୋଇଥାଏ । କବିତା କବି ମନର କଥାକୁ ଅତି ସହଜ ଭାଷାରେ କହି ବସିଥାଏ । କବିତାର ଅଭିବ୍ୟକ୍ତି ମାଧ୍ୟମରେ ଭାଷା ବିବିଧତାକୁ ସମର୍ଥନ କରିବା ଏବଂ ଲୋପ ପାଉଥିବା ଭାଷାକୁ ସୁରକ୍ଷା ପ୍ରଦାନ କରିବା ଏହି ଦିବସର ମୂଳ ଲକ୍ଷ୍ୟ ବୋଲି କହିଥିଲେ । ଏହି ଅବସରରେ ଡଃ ସୁମନ ଦତ୍ତ, ଗାଳ୍ପିକ କାଶୀନାଥ ନନ୍ଦୀ, ସାହିତ୍ୟ ଏକାଡେମୀ ଦ୍ଵାରା ପୁରସ୍କୃତ ଶିଶୁ ସାହିତ୍ୟିକ ଦେବେନ୍ଦ୍ର ଚୌଧୁରୀ, ଯୁବ କବି ଅଶୋକ କୁମାର ରାଉତ ଓ କବି କୁଞ୍ଜବିହାରୀ ରାଉତ ଓ ଶ୍ରୀ ମହାପାତ୍ର ସ୍ୱରଚିତ କବିତା ପାଠ କରିଥିଲେ ।

jay balangir
Leave A Reply

Your email address will not be published.

five × 5 =

error: Content is protected !!