ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ସାହିତ୍ୟ ସଂସଦ ଆନୁକୂଲ୍ୟରେ ବିଶ୍ୱ କବିତା ଦିବସ ପାଳିତ ହୋଇଯାଇଛି । ସଂସଦର କାର୍ଯ୍ୟକାରୀ ସଭାପତି ବ୍ରଜେନ୍ଦ୍ର ଦାଶଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ନୃସିଂହ ଚରଣ ବିଶ୍ୱାଳଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ତମ୍ଭକାର ଭୁପେନ ମହାପାତ୍ର ମୁଖ୍ୟ ଅତିଥି ଓ କବି ରାଜୀବ ପାଣି ମୁଖ୍ୟବକ୍ତା ଭାବେ ଯୋଗଦେଇ ଏହି ଦିବସର ପାଳନର ତାତ୍ପର୍ଯ୍ୟ ଉପରେ ମତ ରଖିଥିଲେ । ପ୍ରାରମ୍ଭରେ ସାଧାରଣ ସଂପାଦକ ଶ୍ରୀ ବିଶ୍ୱାଳ ସମସ୍ତଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ମହାପାତ୍ର ତାଙ୍କ ବକ୍ତବ୍ୟରେ କହିଲେ ଯେ ଶବ୍ଦର ସଂଜମତା ହିଁ ସାହିତ୍ୟ । ବିଶ୍ୱର ପ୍ରଥମ କବିତା ଶିଶୁର କ୍ରନ୍ଦନ ଓ କ୍ଷୁଧାରୁ ସୃଷ୍ଟି ହୋଇଛି । ଯେଉଁ ସାହିତ୍ୟ ସମସ୍ତଙ୍କ ପାଖରେ ପହଞ୍ଚି ନ ପାରିଲା ସେ ସାହିତ୍ୟ, ସାହିତ୍ୟ ନୁହେଁ । ମୁଖ୍ୟବକ୍ତା ଶ୍ରୀ ପାଣି କହିଲେ ଯେ କବିତା ସବୁବେଳେ ଅନ୍ୱେଷଣର ସ୍ୱର । କବିର ଲେଖନୀରେ ଖତଗଦାରେ ପଦ୍ମ ଫୁଟେ । କବିତାର ଅନ୍ତସ୍ୱର ହେଉଛି ପ୍ରତ୍ୟେକ ମଣିଷ ଅନନ୍ୟ । ସଂପ୍ରତି କବିମାନେ ମାଟିମନସ୍କ ହେବା ଖୁସିର କଥା । ଦ୍ୱିତୀୟ ପର୍ଯ୍ୟାୟରେ ମଞ୍ଜୁଳା ରଥଙ୍କ ସଭାପତିତ୍ୱ ଓ ଦୀପ୍ତି ମହାନ୍ତିଙ୍କ ସଂଯୋଜନାରେ ଉପେନ୍ଦ୍ର ବସ୍ତିଆ, ଅଭିରାମ ପ୍ରଧାନ, ଡଃ ସୁମନ ଦତ୍ତ, ଉର୍ବଶୀ ଦାଶ ପତି, ବବିତା ମହାଳିକ, ପ୍ରଫୁଲ୍ଲ ସାମଲ, ଜଳଧର ପ୍ରଧାନ, ମିତା ପ୍ରଧାନ, ବ୍ରଜବିହାରୀ ଦାଶ, ସୁକାନ୍ତୀ ନାୟକ, ତ୍ରିଲୋଚନ ସ୍ବାଇଁ, ପ୍ରକାଶ ଚନ୍ଦ୍ର ସେଠୀ, ନୃସିଂହ ଚରଣ ବିଶ୍ବାଳ, କନକଲତା ମିଶ୍ର, ପୀତବାସ ପ୍ରଧାନ, ରାଜକୁମାର ମହାନ୍ତି, ଅର୍ଚ୍ଚନା ପାତ୍ର, ବସନ୍ତ ବିଶ୍ବକର୍ମା, ମୀନକେତନ ପଶାୟତ, ଭରତ କୁମାର ଶତପଥୀ, ଶ୍ବେତକୁମାର ବେହେରା, ସ୍ନେହଲତା ପଟ୍ଟନାୟକ, ଭୂପେନ ମହାପାତ୍ର, ବ୍ରଜେନ୍ଦ୍ର ଦାଶ, ବନଲତା ମିଶ୍ର, ସଂଜୀବ କୁମାର ଭୋଇ, ବଳରାମ ରାଉଳ, କଳ୍ପନା ନନ୍ଦ, ଶଙ୍କର ପ୍ରସାଦ ତ୍ରିପାଠୀ, କୁଂଜବିହାରୀ ରାଉତ, କମଳା କାନ୍ତ ଦାସ, ବଳରାମ ଦାଶ, ଅକ୍ଷୟ ସାମଲ, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ଗଙ୍ଗାଧର ପୁହାଣ, ବିଷ୍ଣୁ ପ୍ରସାଦ ରଥ, ବିଭୁତି ଭୂଷଣ ଦାସ, ମନୋଜ କୁମାର ନନ୍ଦ, ଗୀତାରାଣୀ ବେହେରା, ବିଜୟିନୀ ଜେନା, ରଙ୍କନିଧୀ ସେଠୀ, ବିଜୟ କୁମାର ସେନାପତି ପ୍ରମୁଖ କବିତା ପାଠ କରିଥିବା ବେଳେ ଅଭିରାମ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post
Next Post