pakka

ପୋଖରୀରେ ବୁଡି ୨ ଶିଶୁ ମୃତ

bbehera

ପାପଡାହାଣ୍ଡି : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକରେ ପୋଖରୀରେ ଗାଧୋଇବା ବେଳେ ବୁଡିଯାଇ ୨ ଶିଶୁ ପୁତ୍ରଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ମୃତ ୨ ଶିଶୁ ପୁତ୍ର ରାଜ ଭତ୍ରା ଏବଂ ଜିଜିକଲା ବାଘ ବୋଲି ଜଣାପଡିଛି । ସୂଚନା ଅନୁସାରେ ନବରଙ୍ଗପୁର ପାପଡାହାଣ୍ଡି ବ୍ଲକ ସେମଳା ପଂଚାୟତ ପାଇକକତ୍ରା ଗାଁର ରାଜ ଭତ୍ରା ଓ ଜିଜିକଲା ବାଘ ଅପରାହ୍ନରେ ସ୍ଥାନୀୟ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ବେଳେ ଉଭୟ ପୋଖରୀରେ ବୁଡିଯାଇଥିଲେ । ପରିବାର ଲୋକ ବହୁ ଖୋଜା ଖୋଜି କରିବା ପରେ ଉଭୟଙ୍କୁ ପାଇନଥିଲେ । ପରେ ପୋଖରି ହୁଡ଼ାରେ ଉଭୟଙ୍କ ପୋଷାକ ମିଳିଥିଲା । ପରେ ଗ୍ରାମବାସୀ ସେମାନଙ୍କୁ ପୋଖରୀରୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପାପଡାହାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଁଚିଛି । ୨ ଶିଶୁଙ୍କ ଅକାଳ ବିୟୋଗରେ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି ।

jay balangir
Leave A Reply

Your email address will not be published.

three × four =