oom

୧୯୬୯ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ

jsmm

କଟକ, (କେପିଏନ୍‌ଏସ୍‌) : କଟକ ସଦର ବ୍ଲକ ଅନ୍ତର୍ଗତ କନ୍ଦରପୁର ପଞ୍ଚାୟତର ସିଦ୍ଧେଶ୍ୱରପୁର ସ୍ଥିତ “ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ”ର ପ୍ରଣେତା ସ୍ୱର୍ଗତ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ନାମରେ ନାମିତ ଗୋପାଳ ସ୍ମୃତି ବିଦ୍ୟାପୀଠର ୧୯୬୯ ମସିହା ମାଟ୍ରିକ ବ୍ୟାଚର ଛାତ୍ରଛାତ୍ରୀଙ୍କର ସ୍ଥାନୀୟ ଅଥଙ୍ଗା ସ୍ଥିତ “ମା କୁଲେଇଶୁଣି ପୀଠ”ରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୫୩ ବର୍ଷ ପୂର୍ବେ ମାଟ୍ରିକ ପାସ କରିସାରିଥିବା ଏହି ପୁରାତନ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଅନେକ ପ୍ରତିଷ୍ଠିତ ବ୍ୟବସାୟୀ ଥିବା ବେଳେ ଅନେକ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଧିନରେ ବିଭିନ୍ନ ଉଚ୍ଚ ପଦପଦବୀରେ କାର୍ଯ୍ୟ କରି ଅବସର ଗ୍ରହଣ କରିଛନ୍ତି । ଏହି ଅଞ୍ଚଳରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରିବା ସହ ପଢୁଥିବା ସ୍କୁଲର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ” ମୋ ସ୍କୁଲ ଅଭିଯାନ” ଯୋଜନାରେ ଅଂଶଗ୍ରହଣ କରି ସ୍କୁଲର ଉନ୍ନତି ପାଇଁ ଅତୀତରେ ଲକ୍ଷାଧିକ ଟଙ୍କା ଦାନ କରିଥିବା ଓ ଭବିଷ୍ୟତରେ ଆହୁରି ଅଧିକ ଉନ୍ନତି ପାଇଁ ଭାଗୀଦାର ହେବାକୁ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଗଲା । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ହେମନ୍ତ କୁମାର ଦାସ, ରାଧାଶ୍ୟାମ ଭୂୟାଁ, ଡ଼ା.ଲିଙ୍ଗରାଜ ହୋତା, ଗୌରାଙ୍ଗ ଶତପଥୀ, ପ୍ରଫୁଲ୍ଲ କର, ଶ୍ରୀମତୀ ସତ୍ୟଭାମା ଜେନା, ଜାନକୀ ପ୍ରଧାନ, ପ୍ରମିଳା ଷଡ଼ଙ୍ଗୀ, ରବୀନ୍ଦ୍ର ନାଥ ଭୋଇ, ଦୋଳ ଗୋବିନ୍ଦ ଲେଙ୍କା, ତ୍ରୈଲୋକ୍ୟ ନାଥ ରାଉତରାୟ, ନନ୍ଦ କିଶୋର ରାଉଳ, ବିଜୟ ରାମ ବେଉରାଙ୍କ ସମେତ ବହୁ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.