ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ : ୨ ଗୁରୁତର

ସୋର : ବାଲେଶ୍ଵର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ବଟେଶ୍ୱର ଛକରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଦୁଇ ଜଣ ଗୁରୁତର ହୋଇଥିବା ଖବର ମିଳିଛି । ଉଭୟଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡଇଛି । ସୂଚନା ଅନୁସାରେ ରଞ୍ଜିତ ଗୁପ୍ତା ଓ ସରୋଜ କୁମାର ଯାଉଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କୈଳାସ ରଥଙ୍କର ଦୁଇ ପୁଅ ରଞ୍ଜିତଙ୍କୁ ବାଲେଶ୍ଵର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ବଟେଶ୍ୱର ଛକରେ ଅଟକାଇ ଯୁକ୍ତି ତର୍କ କରିଥିଲେ ଓ ପରେ ଲୁହା ରଡ଼ରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏଥିରେ ରଞ୍ଜିତ ଓ ସରୋଜ ଗୁରୁତର ହୋଇଥିଲେ । ସେମାନଙ୍କୁ ଗୁରୁତର ଅବସ୍ଥାରେ ଖଇରା ମେଡ଼ିକାଲରେ ଭର୍ତ୍ତି କରିଥିଲେ । ପରେ ଆମ୍ବୁଲାନ୍ସ ମାଧ୍ୟମରେ ବାଲେଶ୍ଵର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.