ଜନସାଧାରଣଙ୍କ ସହ ହୋଲି ପର୍ବ ପାଳିଲେ ବିଧାୟକ ସରୋଜ ମେହେର

ପାଟଣାଗଡ଼, (ଗୋରେଖନାଥ ବରିହା) : ରଙ୍ଗ ଓ ଭାଇଚାରାର ପର୍ବ ହୋଲି । ଆନନ୍ଦ ଉଲ୍ଲାସର ସହ ପରସ୍ପରକୁ ଅବିର ଓ ରଙ୍ଗ ଲଗାଇଥାନ୍ତି ସମସ୍ତେ । କିଛି ସମୟ ପାଇଁ ହେଉ ପଛେ ସମସ୍ତେ ଭୁଲି ଯାଇଆନ୍ତି ଜୀବନର ସବୁ ଦୁଃଖ, କଷ୍ଟ । ରଙ୍ଗ ଖେଳିବା ସହ ସମସ୍ତେ ମଜ୍ଜି ଯାଇଥିଲେ ନାଚ ଗୀତରେ । ଏଥିସହ ଭାବର ରଙ୍ଗରେ ରଙ୍ଗୀନ ହେବାକୁ ଯେମିତି ସମସ୍ତେ ବ୍ୟାକୁଳ । ଏହି ହୋଲି ପର୍ବ ଯୋଡି ହୋଇଛି ଅନେକ ପୌରାଣିକ କାହାଣୀ । ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳାଖେଳାର ଅଂଶ ବିଶେଷ । ଏ ଅବସରରେ ପାଟଣାଗଡ଼ ବିଜେଡି ପକ୍ଷରୁ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଥିଲା । ଏଥିରେ ଦଳୟୀ କର୍ମୀଙ୍କ ସହ ଲୋକ ପ୍ରିୟ ବିଧାୟକ ସରୋଜ କୁମାର ମେହେର ଯୋଗଦେଇ ବିଜେଡି କାର୍ଯ୍ୟାଳୟରୁ ବାହାରି ବ୍ରହ୍ମପୁରା ଛକରୁ ସହରର ମୁଖ୍ୟ ରାସ୍ତାରେ ବିଭିନ୍ନ ସ୍ଥାନରେ ସମସ୍ତ ଜନସାଧାରଣଙ୍କ ସହ ପରସ୍ପରକୁ ଅବିର ଓ ରଙ୍ଗ ଲଗାଇବା ସହ ପବିତ୍ର ଦୋଳ ପୂର୍ଣ୍ଣିମା ଓ ହୋଲି ରଙ୍ଗ ଖେଳ ଅବସରରେ ପାଟଣାଗଡ଼ ମଣ୍ଡଳୀର ସମସ୍ତ ଗୁରୁଜନ ଭୋଟର ଭାଇ ଭଉଣୀମାନଙ୍କୁ ଶୁଭେଚ୍ଛା, ଅଭିନନ୍ଦନ ଓ ଶୁଭ କାମନା ଜଣାଇଥିଲେ । ବିଧାୟକ ଶ୍ରୀ ମେହେରଙ୍କୁ ଛୋଟ ଛୋଟ କୋମଳ ମତି ବାଳକ ମାନେ ଫଗୁ ମଖାଉ ଥିବା ବେଳେ ସେମାନଙ୍କୁ ବିଧାୟକ ମଧ୍ୟ ଫଗୁ ମଖାଇ ଆଲିଙ୍ଗନ କରିବା ସହ ଶୁଭେଚ୍ଛା ଦେଇଥିଲେ । ଗତ ଦୁଇ ବର୍ଷ ଧରି କରୋନା କଟକଣା ହୋଲି ପାଳନରେ ବାଧକ ସାଜିଥିବା ବେଳେ ଏଥର କରୋନା କୋହଳ ଥିବାରୁ ଲୋକେ ହୋଲି ଖେଳକୁ ବେଶ୍ ଆନନ୍ଦ ଉଲ୍ଲାସର ସହ ପାଳନ କରିବା ସହିତ ରଙ୍ଗ ମାଧ୍ୟମରେ ପରସ୍ପରକୁ ଭଲ ପାଇବା ଓ ସମ୍ପର୍କକୁ ଅଧିକ ମଧୁର କରିବାରେ ଏହି ପର୍ବ ସହାୟକ ବୋଲି ବିଧାୟକ ଶ୍ରୀ ମେହେର ମତବ୍ୟକ୍ତ କରିଥିଲେ । ଏଥିରେ କଣ୍ଟାବାଞ୍ଜି ବିଜେଡି ବିଧାୟକ ପ୍ରାର୍ଥୀ ଅଜୟ ଦାସ ଏନ୍ଏସି ଛକ ଠାରେ କିଛି ସମୟ ହୋଲି ଖେଳରେ ସାମିଲ ହୋଇ କଣ୍ଟାବାଞ୍ଜି ଚାଲିଯାଇଥିଲେ । ନବ ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟା, ସରପଞ୍ଚ, ସମିତି ସଭ୍ୟ, ବ୍ଳକ ଅଧ୍ୟକ୍ଷ, ପାଟଣାଗଡ଼ ପୌର ନିବାର୍ଚନ ଲଢୁଥିବା ବିଜେଡି ଅଧକ୍ଷା ପ୍ରାର୍ଥିନୀ, କାଉନସିଲର, ବିଜେଡି କର୍ମକର୍ତ୍ତା ସଦସ୍ୟ କର୍ମୀ ମହିଳା ପୁରୁଷ ହଜାର ହଜାର ସଂଖ୍ୟାରେ ସମାଲ ଥିବା ବେଳେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମଧ୍ୟ ବିପୁଳ ପରିମାଣର ଜନସାଧାରଣ ସମର୍ଥନରେ ପୌର ନିର୍ବାଚନ ମଧ୍ୟ ନିଶ୍ଚୟ ପରିବର୍ତ୍ତନଶୀଳ ହେବ ବୋଲି ବିଧାୟକ ଶ୍ରୀ ମେହେର ମତବ୍ୟକ୍ତ କରିଥିଲେ । ୧୯୭୧ ମସିହାରୁ ପାଟଣାଗଡ଼ ବିଧାନସଭା ନିର୍ବାଚନ ଆରମ୍ଭ ଦିନ ଠାରୁ କେହି ବିଧାୟକ ମଧ୍ୟ ଏପରି ହୋଲି ପର୍ବ ମନାଇ ନାହାନ୍ତି ବୋଲି ମତପ୍ରକାଶ ପାଉଛି । ଅନ୍ୟ ପକ୍ଷରେ ସାରା ରାଜ୍ୟରେ ବିଧାୟକଙ୍କ ହୋଲି ପର୍ବ ପାଳନ କରିବା କ୍ୱଚିତ ଦେଖିବାକୁ ମିଳିଛି । ବିଧାୟକ ଶ୍ରୀ ମହେରଙ୍କ ରଙ୍ଗର ଖେଳରେ ପ୍ରଶାସନ ପକ୍ଷରୁ କୌଣସି ସୁରକ୍ଷା ବ୍ୟବସ୍ଥା କରାଯାଇନଥିବା ବେଳେ କୌଣସି ଅଘଟଣ ଏଡାଇ ଦିଆଯାଇନପାରେ ବୋଲି ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.