ହମିରପୁର ଉନ୍ନୟନ ପରିଷଦର ହୋଲି ମିଳନ ଓ ମତ ବିନିମୟ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର ଉନ୍ନୟନ ପରିଷଦ ହୋଲି ମିଳନ ଓ ମତ ବିନିମୟ କାର୍ଯ୍ୟକ୍ରମ ସ୍ଥାନୀୟ ତାରିଣୀ ସାଇ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ଡଃ ସୁମନ ଦତ୍ତଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ଡଃ ପ୍ରଭାତ କୁମାର ମଲ୍ଲିକ ସଭାପତିତ୍ବ କରି ସମସ୍ତଙ୍କୁ ହୋଲି ଅଭିନନ୍ଦନ ଜଣାଇଥିଲେ । ଡଃ ଦତ୍ତ କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ସ୍ୱତନ୍ତ୍ର ଅତିଥି ଭାବେ ସମାଜସେବୀ ବାସୁଦେବ ଦାସ ବୟସ୍କଙ୍କ ପାଇଁ ସରକାରଙ୍କ ତରଫରୁ ଦିଆଯାଇଥିବା ସୁବିଧା ସୁଯୋଗ ସଂପର୍କରେ ମତରଖିଥିଲେ । ଏପରିକି ପରିବାର ତରଫରୁ ଅବହେଳିତ ହେଉଥିବା ବୟସ୍କ ବାପା ମା ମାନଙ୍କ ପାଇଁ ଜାତୀୟ ସହାୟତା କେନ୍ଦ୍ର ଏଲଡର ଲାଇନ ୧୪୫୬୭ରେ ଯୋଗାଯୋଗ କରିବା ପାଇଁ ସେ କହିଥିଲେ । ଅନ୍ୟ ସଦସ୍ୟଙ୍କ ମଧ୍ୟରେ ଡଃ ଦେବେନ୍ଦ୍ର ନାଥ ବେହେରା, ପ୍ରଦୂଷଣ ଅଧିକାରୀ ରମେଶ ଏକ୍କା, ନିରଞ୍ଜନ ଦାସ, ଗଙ୍ଗାଧର ଦାଶ, ଅମୂଲ୍ୟ ଚରଣ ବରାଳ, ଉପେନ୍ଦ୍ର ନାୟକ, କୁଂଜବିହାରୀ ରାଉତ, ଶଙ୍କର କୁମ୍ଭାର ପ୍ରମୁଖ ହମିରପୁରର ବିଭିନ୍ନ ସମସ୍ୟା, ଗମନାଗମନ, ଜଳ ଯୋଗାଣ, ଦେଶୀ ମଦ ପ୍ରସାରକୁ ରୋକିବା, ରାଉରକେଲାରେ ରେଳ ଡିଭିଜନ, ୪ସି ବିମାନବନ୍ଦର ଆଦି ସଂପର୍କରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଡାକ୍ତର କେ କେ ଷଡଙ୍ଗୀ, ସୁରଥ ବାଗ୍, ଅଗସ୍ତି ଦାସ, ଆର.କେ .ଜୟସ୍ବାଲ, ଶମ୍ବୁନାଥ ପରିଡା, ସୁବାସ ଚନ୍ଦ୍ର ନାୟକ, ଚନ୍ଦ୍ରଭାନୁ ରାଉତ, ମହେନ୍ଦ୍ର ପଣ୍ଡିତ, ଅଂଶୁମାନ ରାଉତ, ପି.ଲାଲ, ଦୀନବନ୍ଧୁ ପତି, ମହେଶ୍ୱର ସାହୁ, ସୁରେଶ ଦଳବେହେରା, ସୁବାସ ଗୁପ୍ତା, କେ.ସି.ଧଳ, ପ୍ରଫୁଲ୍ଲ ଦାସ, ଭାଗିରଥି ମଲ୍ଲିକ, ସନ୍ତୋଷ ରାୟଗୁରୁ, ଅମୂଲ୍ୟ ପୁହାଣ, ବସନ୍ତ କୁମାର ଦେହୁରି,ଏସ୍ ଏସ୍‌ ସିଂହ, ପି.କେ .ସୋମ, କେ କ୍ରିଷ୍ଣାମୂର୍ତ୍ତି, ଏ.କେ.ବାଲଚାନ୍ଦନୀ, ବି.ସି.ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଶ୍ରୀ ଦତ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.