ରାଉରକେଲା, (ସସ୍ମିତା ପ୍ରଧାନ) : ହୋଲିରେ ରାଉରକେଲା ଅବକାରୀ ବିଭାଗକୁ ମିଳିଛି ଏକ ବଡ଼ ସଫଳତା । ରାଉରକେଲା ଶିଳ୍ପାଞ୍ଚଳର ଜନ ବସତି ପୂର୍ଣ୍ଣ ସେକ୍ଟର ୪ ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ କରିବାରେ ସଫଳ ହୋଇଛି ରାଉରକେଲା ଅବକାରୀ ବିଭାଗ । ହୋଲି ପାଇଁ ମଦ ଦୋକାନ ବନ୍ଦ ରହିଥିବା ବେଳେ ଅବିକଳ ଅସଲି ଭଳି ଦିଶୁଥିବା ବିପୁଳ ମାତ୍ରାରେ ନକଲି ବିଦେଶୀ ମଦ ତିଆରି କରି ଖୋଲା ବଜାର ବିକ୍ରି କରାଯିବା ପାଇଁ ପ୍ରସ୍ତୁତ କରାଯାଇଥିଲା । ତେବେ ହୋଲି ଦିନ ବଡି ଭୋରରୁ ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରିବା ସହିତ ଜଣଙ୍କୁ ଗିରଫ କରିଛି । ତେବେ ଏତେ ପରିମାଣର ବିଦେଶୀ ମଦ ପ୍ରସ୍ତୁତ କରିବା ପାଇଁ ବ୍ୟବହାର ହେଉଥିବା ବୋତଲ, ଠିପି, ଲେବଲ ଆଦି କେଉଁଠାରୁ ଆସୁଛି ଏବଂ ନକଲି ମଦ କାରବାରର ଚେର କେତେ ଦୂର ଲମ୍ବିଛି ସେ ନେଇ ଅବକାରୀ ବିଭାଗର ତଦନ୍ତ ଜାରୀ ରହିଛି ।
Prev Post
Next Post