jsm

ବରିଷ୍ଠ ନାଗରିକ ମଂଚର କାର୍ଯ୍ୟକାରିଣୀ ବୈଠକ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର କାର୍ଯ୍ୟକାରିଣୀ ବୈଠକ ଗାନ୍ଧୀ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି । ମଂଚର ସଭାପତି ପ୍ରଭାକର ମିଶ୍ର ସଭାପତିତ୍ୱ କରିଥିବା ବେଳେ ମନୋରଂଜନ ମିଶ୍ର ସାଧାରଣ ସଂପାଦକ ପୂର୍ବ ସଭାର ବିବରଣୀ ପଠନ କରିଥିଲେ । ଯାହାକୁ ଉପସ୍ଥିତ ସମସ୍ତ ସଭ୍ୟ କରତାଳି ମାଧ୍ୟମରେ ଅନୁମୋଦନ କରିଥିଲେ । ତତ୍‌ପରେ ପରେ ସାଧାରଣ ସଂପାଦକ ଶ୍ରୀ ମିଶ୍ର ସଭାରେ ଆଲୋଚିତ ହେବାକୁ ଥିବା ଏଜେଣ୍ଡା ପଠନ ପରେ ସଭା କାର୍ଯ୍ୟ ଆରମ୍ଭ ହେଲା । ଆସନ୍ତା ତା.୨୬.୦୩.୨୦୨୨ ଶନିବାରରେ ସାଧାରଣ ସଭା ଅନୁଷ୍ଠିତ ହେବା ପାଇଁ ସ୍ଥିର ହେଲା । ଚଳିତ ବର୍ଷ ପାଇଁ ବରିଷ୍ଠ ନାଗରିକମାନଙ୍କ ଭ୍ରମଣ ନିମନ୍ତେ ଗୁଜୁରାଟ ପ୍ରଦେଶରେ ସ୍ଥିତ ଦ୍ୱାରିକାକୁ ଯିବା ପାଇଁ ସ୍ଥିର ହୋଇ ଏଥିପାଇଁ ଏକ ସବ କମିଟି ଗଠନ ହେଲା । ଏହି କମିଟି ଭ୍ରମଣର ସମସ୍ତ ବିଷୟର ଦାୟିତ୍ୱ ବହନ କରିବେ । ମଂଚର ଅଡିଟ ପାଇଁ ମଧ୍ୟ ଏକ ଦୁଇ ଜଣିଆ କମିଟି ଗଠନ କରାଯାଇଥିବ ବେଳେ ସଭାରେ ନରେନ୍ଦ୍ର କବାଟ, କୋଷାଧ୍ୟକ୍ଷ ପ୍ରଫୁଲ୍ଲ ସାହୁ ଓ ବିରଂଚି ହୋତା, ଉପସଭାପତି ପଦ୍ମଚରଣ ଆଚାର୍ଯ୍ୟ, ଉପଦେଷ୍ଟା ବିନୟ ମିଶ୍ର, ସଂଗଠନ ସଂପାଦକ ସୁନିଲ ବିଶ୍ୱାଲ, ଅତିରିକ୍ତ ସହ ସଂପାଦକ ଚୁଡେନ୍ଦ୍ର ବେହେରା, ଯୁଗ୍ମ ସଂପାଦକ ମଲିଆ ଗଡୁଆ, ଗଜେନ୍ଦ୍ର ଭ୍ରମର, ଅଶୋକ କୁମାର ମିସ୍ର, କପିଳେଶ୍ୱର ଖମାରୀ, ପୂର୍ଣ୍ଣଚନ୍ଦ୍ର ମେହେର ପ୍ରମୁଖ ଉପସ୍ଥିତ ରହି ସକ୍ରିୟ ଆଲୋଚନାରେ ଭାଗ ନେଇଥିଲେ । ପରିଶେଷରେ ସୁନିଲ ବିଶ୍ୱାଲ ଧନ୍ୟବାଦ ଦେଇଥିଲେ । ତତ୍‌ପରେ ସଭାପତି ସଭା ସାଙ୍ଗ କରିଥିଲେ ।

yuvodaya
Leave A Reply

Your email address will not be published.