oom

ଜାତୀୟ ଟୀକାକରଣ ଦିବସ ପାଳିତ

jsmm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରଠାରେ ଜାତୀୟ ଟୀକାକରଣ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଟୀକାକରଣକୁ ଶତ ପ୍ରତିଶତ ସଫଳ ରୂପାୟନ ଦେଇଥିବା କର୍ମଚାରୀଙ୍କୁ ମାନପତ୍ର ଓ ଟ୍ରଫି ଦେଇ ସମ୍ମାନିତ କରାଯାଇଥିଲା । ସୋହେଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ପ୍ଲସ ପୋଲିଓ ଟୀକାକରଣ କାର୍ଯ୍ୟକୁ ଶତ ପ୍ରତିଶତ ସଫଳ କରିଥିବା ମହିଳା ସ୍ବାସ୍ଥ୍ୟ କର୍ମୀ ଟୀକେଶ୍ବରୀ ଭୋଇ, ଆଶା କର୍ମୀ ଅନକି ମାନିକ, ସତ୍ୟବତୀ ସେଠ୍‌ଙ୍କୁ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମେଡିକାଲ ଅଫିସର ଡାକ୍ତର ସ୍ବାସ୍ତିକ ସାହୁ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ । ସେହିପରି ବରଗଡ଼ ମ୍ୟୁନିସିପାଲଟି ଅନ୍ତର୍ଗତ ଷ୍ଟେସନପଡ଼ା ସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ମହିଳା ସ୍ଵାସ୍ଥ୍ୟ କର୍ମୀ ସୁଶ୍ରୀ ସସ୍ମିତା ସାହୁଙ୍କୁ ମଧ୍ୟ ଶ୍ରେଷ୍ଠ ଭେକ୍‌ସିନେଟର ଭାବେ ବରଗଡ଼ଠାରେ ସମ୍ମାନୀତ କରାଯାଇଥିଲା ।

jittmm
Leave A Reply

Your email address will not be published.