ଧୂମାଭଟା ପଞ୍ଚାୟତ ସରପଞ୍ଚ ଭାବେ ଦାୟିତ୍ଵ ଗ୍ରହଣ କଲେ ବନମାଳୀ ନାଏକ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକ ଅନ୍ତର୍ଗତ ଧୁମାଭଟା ଗ୍ରାମ ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ଭାବେ ବନମାଳୀ ନାଏକ କାର୍ଯ୍ୟାଳୟରେ ଯୋଗ ଦେବା ସହ ସୂଚାରୁ ରୂପେ ସରପଞ୍ଚ ଦାୟିତ୍ଵ ପାଞ୍ଚ ବର୍ଷ ପାଇଁ ତୁଳାଇବାକୁ ଶପଥ ଗ୍ରହଣ କରିଛନ୍ତି । ଧୂମାଭଟା ପଞ୍ଚାୟତ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିବା ବନମାଳୀ ନାଏକ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ପଞ୍ଚାୟତ ନିର୍ବାହି ଅଧିକାରିଣୀ ଶ୍ରୀମତୀ ପ୍ରଭାସିନୀ ବେହେରାଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଅନୁଷ୍ଠିତ ଶପଥ ପାଠ ଉତ୍ସବରେ ନାଏବ ସରପଞ୍ଚ ଶ୍ରୀମତୀ ଜାହ୍ନବୀ ଶବରଙ୍କ ସମେତ ସମିତି ସଭ୍ୟ ସବିତା ଭୁଏ ଓ ନବ ନିର୍ବାଚିତ ୱ।ର୍ଡ ସଭ୍ୟ/ସଭ୍ୟାଙ୍କ ସହ ସମାଜସେବୀ ଅଚ୍ୟୁତ ସିପୁନ ଖମାରୀ ଉପସ୍ଥିତ ଥିଲେ । ସରପଞ୍ଚ ଓ ସମସ୍ତ ୱାର୍ଡ ମେମ୍ବର ଉଭୟଙ୍କୁ ପୁଷ୍ପମାଲ୍ୟ ଦେଇ ସ୍ୱାଗତ କରାଯାଇଥିଲା । ଏହା ପରେ ଝରି ବେହେରାଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଟତ ହୋଇଥିଲା । ଏ ସଭାରେ ସରପଞ୍ଚ ବନମାଳୀ ନାଏକ ପଞ୍ଚାୟତବାସୀ ଆଶୀର୍ବାଦ ଦେଇ ବିଜୟ କରିଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ । ଧୁମାଭଟା ପଞ୍ଚାୟତର ସମସ୍ୟା ଗୁଡ଼ିକର ସମାଧାନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିବା ସହିତ ଧୁମାଭଟା ପଞ୍ଚାୟତକୁ ଏକ ସୁନ୍ଦର୍, ଦୁର୍ନୀତିମୁକ୍ତ ପଞ୍ଚାୟତରେ ପରିଣତ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଆଜି ସରପଞ୍ଚ ଶ୍ରୀ ନାଏକ ଦାୟିତ୍ୱ ନେଇଥିବାରୁ ପଞ୍ଚାୟତବାସୀ ପଞ୍ଚାୟତର ସମୁହ ଉନ୍ନତି ହେବ ବୋଲି ଆଶା ବାନ୍ଧିଛନ୍ତି । ଏଥିରେ ପଞ୍ଚାୟତର ସମସ୍ତ ଜନସାଧାରଣ, ସରପଞ୍ଚଙ୍କ ସମର୍ଥକ ସମସ୍ତ ଏମ୍‌ବିକେ, ସିଆର୍‌ପିସିଏମ୍‌ ଓ ଅଙ୍ଗନୱାଡି ଆଶା ଦିଦି ମାନେ ଉପସ୍ଥିତି ଥିଲେ । ମୋତିଲାଲ୍ ନାଏକ ସଭା ପରିଚାଳନା କରିଥିବା ବେଳେ ପିତବାସ ସାହୁ ଓ ଅଚ୍ୟୁତ ସିପୁନ ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.