ସରପଞ୍ଚଙ୍କ ଦାୟିତ୍ୱ ଗ୍ରହଣ

ପାଟଣାଗଡ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଦେଉଲଗାଁ ପଞ୍ଚାୟତ ବୈଠକ ଅନୁଷ୍ଠିତ ହୋଇଛି । ଏହି ଅବସରରେ ନବନିର୍ବାଚିତ ସମସ୍ତ ସଭ୍ୟ ତଥା ସରପଞ୍ଚଙ୍କୁ ପଞ୍ଚାୟତ ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା । ନବ ନିର୍ବାଚିତ ସରପଞ୍ଚ ସବିତା ସାହୁଙ୍କ ଅଧ୍ୟକ୍ଷତାରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା । ଭାରପ୍ରାପ୍ତ ସରପଞ୍ଚ ତଥା ପୂର୍ବତନ ନାଏବ ସରପଞ୍ଚ ପ୍ରତିମା ସାହୁଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ ନବ ନିର୍ବାଚିତ ସରପଞ୍ଚ ସବିତା ସାହୁ ।

Leave A Reply

Your email address will not be published.