ଏମିତି ଏକ ଘର, ଯାହାର ଗୋଟିଏ ଦ୍ୱାର ହରିୟାଣାରେ ଏବଂ ଅନ୍ୟଟି ରାଜସ୍ଥାନରେ ଖୋଲେ

ଚଣ୍ଡିଗଡ଼ : ପରିବାରରେ ବିଭେଦ ହେତୁ ଆପଣ ପ୍ରାୟତଃ ଘରଗୁଡ଼ିକର ବିଭାଜନ ହେଉଥିବା ଦେଖିଥିବେ ଏବଂ ଶୁଣିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏମିତି ଘରର କାହାଣୀ କହିବାକୁ ଯାଉଛୁ, ଯାହା ଦୁଇଟି ରାଜ୍ୟର ଜମିରେ ଅବସ୍ଥିତ । ଏହା ଶୁଣିବା ଟିକେ ଅଜବ ଲାଗୁଥାଇପାରେ, କିନ୍ତୁ ବାସ୍ତବରେ ଏପରି ଏକ ଘର ଅଛି, ଯାହା ହରିୟାଣା-ରାଜସ୍ଥାନର ସୀମା ମଝିରେ ଅବସ୍ଥିତ । ଏହି ଘର ହରିୟାଣାର ରେୱାଡ଼ି ଜିଲ୍ଲା ଏବଂ ରାଜସ୍ଥାନର ଅଲୱର ଜିଲ୍ଲା ସୀମାରେ ଅବସ୍ଥିତ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହି ଘରେ ରହୁଥିବା କାକା ହରିୟାଣାର ବାସିନ୍ଦା ଏବଂ ପୁତୁରା ରାଜସ୍ଥାନର ବାସିନ୍ଦା । ଦାୟମା ପରିବାରର ଏହି ଘର ଯୋଗୁଁ ଏଠାରେ ଦୁଇଟି ରାଜ୍ୟ ସୀମାର ପ୍ରତିବନ୍ଧକ ଜଣା ପଡିନାହିଁ । ଘରେ ଥିବା ମୋବାଇଲ୍ ନେଟୱାର୍କରେ କେତେବେଳେ ହରିୟାଣା ତ’ ଆଉ ବେଳେବେଳେ ରାଜସ୍ଥାନର ମଧ୍ୟ ଦେଖାଯାଏ ।

Leave A Reply

Your email address will not be published.