csstore

ବଲାଙ୍ଗିର ୨୧ ନମ୍ବର ୱାର୍ଡରେ ବିଜେଡ଼ି ପକ୍ଷରୁ ମାରାଥନ ପ୍ରଚାର : ହେଭି ୱେଟ୍‌ ନେତା ପ୍ରଚାରରେ ସାମିଲ୍‌ ହେଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଢ଼ିବାରେ ଲାଗିଛି ପୌର ନିର୍ବାଚନ ତାତି । ବିଗତ ସମୟର ବିଜୟ ପ୍ରବାହକୁ ବଳବତ୍ତର ରଖିବା ପାଇଁ ବିଜେଡ଼ି ବେଶ୍‌ ଅଂଟା ଭିଡ଼ିଥିବା ଲକ୍ଷ୍ୟ କରାଯାଉଛି । ଆଜି ୨୧ ନମ୍ବର ୱାର୍ଡରେ ବିଜେଡ଼ି ପକ୍ଷରୁ ମାରାଥନ ପ୍ରଚାରରେ ହେଭି ୱେଟ୍‌ ନେତା ମନ୍ତ୍ରୀ ସୁଶାନ୍ତ ସିଂ, ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂହଦେଓ ଓ ଯୁବନେତା ଅର୍କେଶ ନାରାୟଣ ସିଂହଦେଓ ସାମିଲ୍‌ ହୋଇ ବିଜେଡ଼ିର ଅଧ୍ୟକ୍ଷା ପ୍ରାର୍ଥିନୀ ଲିକା ସାହୁ ଏବଂ ୨୧ ନମ୍ବର ୱାର୍ଡର କାଉନ୍‌ସିଲର୍‌ ପ୍ରାର୍ଥୀ ଶତ୍ରୁଘ୍ନ ବାଗଙ୍କ ପାଇଁ ଭୋଟ ମାଗିଛନ୍ତି । ୨୧ ନମ୍ବର ୱାର୍ଡର ଖର୍‌ସେଲ୍‌ପଡ଼ା ଏବଂ ସତୀପଡ଼ାକୁ ପ୍ରାର୍ଥୀ ମାନଙ୍କ ସହ ହେଭି ୱେଟ୍‌ ନେତାମାନେ ଯାଇଥିବା ବେଳେ ସ୍ଥାନୀୟ ଲୋକଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିବା ସହ ଆଗାମୀ ସମୟରେ ତୁରଂତ ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି ।

jayashree
Leave A Reply

Your email address will not be published.