csstore

ତରୁଣକାନ୍ତି ପାତ୍ର ହେଲେ ନୟାପାଲି ଗ୍ରାମର ନୂତନ ସଭାପତି

ଭୋଗରାଇ, (ଶିବନାରାୟଣ ପାତ୍ର) : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଖରିଦପିପଳ ଗ୍ରାମପଞ୍ଚାୟତ ଅଧିନସ୍ଥ ନୟାପାଲି ଗ୍ରାମର ସଭାପତି ଭାବେ ଉଦୀୟମାନ ଯୁବକ ତଥା ସମାଜସେବୀ ତରୁଣକାନ୍ତି ପାତ୍ରକୁ ଗ୍ରାମବାସୀମାନେ ମନୋନୟନ କରିଛନ୍ତି । ବିଗତ ଦୁଇ ବର୍ଷ ଧରି ଅସ୍ଥାୟୀ ଭାବରେ ଶ୍ୟାମସୁନ୍ଦର ଦେ ସଭାପତି ଦାୟିତ୍ୱ ତୁଲାଇ ଆସୁଥିବା ବେଳେ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଏକ ଲିଖିତ ପତ୍ର ମାଧ୍ୟମରେ ସମୂହ ଗ୍ରାମବାସୀଙ୍କ ସମ୍ମୁଖରେ ଉପସ୍ଥାପିତ କରି ବିରାମ ନେଇଥିଲେ ଏବଂ ନୂତନ ସଭାପତିଙ୍କୁ ଚୟନ କରିବା ପାଇଁ ଗ୍ରାମବାସୀଙ୍କ ତରଫରୁ ଏକ ଗୁରୁତ୍ୱପୂର୍ଣ୍ଣ ସଭାର ଆୟୋଜନ କରାଯାଇଥିଲା । ଏଥିରେ ପ୍ରାକ୍ତନ ସଭାପତି ହରିଶଚନ୍ଦ୍ର ଦାସ ସଭାପତିତ୍ୱ କରିଥିବା ବେଳେ ଶହଶହ ସଂଖ୍ୟାର ଗ୍ରାମବାସୀମାନେ ସଭାପତି ପଦ ଚୟନରେ ସାମିଲ ହୋଇଥିଲେ । ନୂତନ ସଭାପତି ତରୁଣକାନ୍ତି ପାତ୍ରଙ୍କୁ ଗ୍ରାମବାସୀମାନେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।

jayashree
Leave A Reply

Your email address will not be published.