csstore

ବିଜେଡି କାର୍ଯ୍ୟାଳୟ ଶୁଭାରମ୍ଭ କଲେ ବିଧାୟକ ସୁବାସ ଚନ୍ଦ୍ର ବେହେରା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଆସନ୍ତା ୨୪ ତାରିଖରେ ହେବାକୁ ଥିବା ପୌର ନିର୍ବାଚନ ପାଇଁ ଗଞ୍ଜାମ ବଡ଼ ବଜାରଠାରେ ବିଜେଡି କାର୍ଯ୍ୟାଳୟର ଶୁଭାରମ୍ଭ କରିଛନ୍ତି ବିଧାୟକ ସୁବାସ ଚନ୍ଦ୍ର ବେହେରା ।ଏଥିସହ ଗଞ୍ଜାମ ସହରର ବିକାଶକୁ ନେଇ ରୂପରେଖ ପ୍ରସ୍ତୁତି କରିବା ସହ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ହାତମୁଠାକୁ ଟାଣ କରିବାକୁ ନେଇ ଦଳୀୟ କର୍ମୀଙ୍କୁ ସଙ୍ଗଠିତ ହେବା ସହ ନିର୍ବାଚନୀ ବୈତରିଣୀ ପାର ହୋଇ ବିଜୁ ଜନତା ଦଳକୁ ବିପୁଳ ସଂଖ୍ୟାରେ ଜିତାଇ ଆଣିବାକୁ ପରାମର୍ଶ ଦେଇଥିଲେ । କାର୍ଯ୍ୟାଳୟ ଶୁଭାରମ୍ଭ ବେଳେ ବିଜେଡି ଏନ୍‌ଏସି ସଭାପତି ସୁଧୀର କୁମାର ପାଢ଼ୀ, ଛାତ୍ର ସଭାପତି ତଥା ଯୁବ ସଂଗଠକ ରାକେଶ ରଞ୍ଜନ ଦାସ, ନଗର ସଭାପତି ପି. ରାଜୁ ରେଡ଼ି, ପୂର୍ବତନ କାଉନସିଲର ଦଣ୍ଡପାଣି ପରିଡା, ପୂର୍ବତନ ଏନ୍‌ଏସି ଅଧକ୍ଷା ଉର୍ମିଳା ପଲାଇ, ପୂର୍ବତନ ଉପନଗରପାଳ ନୀଳାଞ୍ଚଳ ବାରିକ, ମଦନ ପାଢ଼ୀ, ସୁଧିର ପଲାଇ ସୁମୂ ସାହୁ, ମୁନା ପରିଡା, ଆଇନଜୀବୀ ପଙ୍କଜ ବାରିକ, ସୁଦାମ ଚରଣ ପଲାଇ, ସିମାଞ୍ଚଳ ସାହୁ, ମନୋଜ ପଣ୍ଡା, ଯୁବନେତା ମନୋଜ ପ୍ରଧାନ, ଗଞ୍ଜାମ ଏନ୍‌ଏସିର ଅଧକ୍ଷା ପାର୍ଥିନୀ ଝୁଲି ପାତ୍ରଙ୍କ ସମେତ ସମସ୍ତ କାଉନ୍ସିଲର ପ୍ରାର୍ଥୀ ଓ ବହୁ ଦଳୀୟ କର୍ମୀ ଉପସ୍ଥିତ ରହିଥିଲେ ।

jayashree
Leave A Reply

Your email address will not be published.