pakka

ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

bbehera

ଟିଟିଲାଗଡ, (କେପିଏନ୍‌ଏସ୍‌) : କୋସଲି ଭାଷା ସୁରକ୍ଷା ସମିତି ଟିଟିଲାଗଡ ଓ କୋସଲି ସାଂସ୍କୃତିକ ମହାଯୋଟର ମିଲିତ ସହଯୋଗରେ ଫଗୁନ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କୋସଲି ଭାଷା ସାହିତ୍ୟର ଗବେଷକ ଓ ଦିଗ୍‌ଗଜ କବି ସ୍ୱର୍ଗତ ଚତୁର୍ଭୁଜ ସାଆନ୍ତଙ୍କ ସ୍ମୃତି ଉଦ୍ଦେଶ୍ୟରେ “କୋସଲି ଭାଷା ଓ ସଂସ୍କୃତି ସମ୍ମାନ” କୋସଲି ଭାଷାର ସ୍ପନ୍ଦିତ ତଥା ସମର୍ଥ କବି ସୁଶାନ୍ତ ବାଗ, ବଲାଙ୍ଗିରଙ୍କୁ କୋସଲି ଭାଷା ସୁରକ୍ଷା ସମିତି ଟିଟିଲାଗଡ ତରଫରୁ ପ୍ରଦାନ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ସ୍ଥାନୀୟ ତହସିଲଦାର କର୍ଣ୍ଣ ମଲ୍ଲିକ ସମ୍ମାନ ପ୍ରଦାନ କରିବା ପୂର୍ବକ କୋସଲି କବିତା ଉତ୍କର୍ଷତାର ଶୀର୍ଷରେ ପହଂଚି ପାରିଛି ବୋଲି ମତ ପ୍ରକାଶ କରିଥିଲେ । ସଭାପତି ଭିକାରୀ ଚରଣ ମିଶ୍ର, ଉପ ସଭାପତି ଦିଲିପ କୁମାର ପସାୟତ ଓ ସଂପାଦକ ନୀଳମଣି ସାହୁ ପ୍ରମୁଖ ସ୍ୱର୍ଗତ କବି ଚତୁର୍ଭୁଜ ସାଆନ୍ତଙ୍କର ସାହିତ୍ୟ କୃତିର ଆଲୋଚନା କରିବା ସହ ଏହି ସମ୍ମାନ ଜଣେ ସାମର୍ଥ୍ୟ ସଂପନ୍ନ କବିଙ୍କୁ ଅର୍ପଣ କରି ନିଜକୁ ଧନ୍ୟ ମଣୁଛୁ ବୋଲି ମତ ପ୍ରକାଶ କରିଥିଲେ ।

jay balangir
Leave A Reply

Your email address will not be published.

4 × four =

error: Content is protected !!