csstore

ନବ ନର୍ବାଚିତ ଜିଲ୍ଲା ପରିଷଦ ସଦସ୍ୟମାନଙ୍କୁ ଜିଲ୍ଲା ବିଜେପି କାର୍ୟ୍ୟାଳୟରେ ସମ୍ବର୍ଦ୍ଧନା

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ସ୍ଥିତ ଜିଲ୍ଳା ବିଜେପି କାର୍ୟ୍ୟାଳୟ ଠାରେ ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ବରଗଡ ଜିଲ୍ଲାର ନବ ନିର୍ବାଚିତ ବିଜେପି ଜିଲ୍ଳା ପରିଷଦ ସଦସ୍ୟ ସୁରେନ୍ଦ୍ର ସିଂ ବରିହା, ସରସ୍ବତୀ ସାହୁ, ତ୍ରିପୁରା ବରିହା, ମକରଧ୍ଵଜ ବଗାର, ଝରଣା ପାଣିଗ୍ରାହୀ, ସଂଯୁକ୍ତା ସାହୁ, ସୁଶାନ୍ତ ଗଡତିଆ ପ୍ରମୁଖଙ୍କୁ ବରଗଡ ସାଂସଦ ସୁରେଶ ପୂଜାରୀ, ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ, ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ୟ୍ୟ, ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ସୁରେଶ୍ୱର ଶତପଥି, ସନତ ଗଡତିଆ, ବରିଷ୍ଠ ନେତା ଅଶୋକ ପଣ୍ଡା ଜିଲ୍ଲା ସାଧାରଣ ସମ୍ପାଦକ ରବି ନାରାୟଣ ଦାଶ, କୁଶ କୁମ୍ଭାର, ଜିଲ୍ଲା ଉପ ସଭାପତି ପ୍ରବୀଣ ପାଣିଗ୍ରାହୀ ପୁଷ୍ପ ଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଜିଲ୍ଳା ପରିଷଦ ସଦସ୍ୟା ଝରଣା ପାଣିଗ୍ରାହୀଙ୍କୁ ଏହି ଅବସରରେ ବିଜେପି ଜିଲ୍ଲା ପରିଷଦ ସଦସ୍ୟ ମାନଙ୍କର ନେତା ଭାବେ ଦଳ ତରଫରୁ ଦାୟିତ୍ବ ପ୍ରଦାନ କରାଯାଇଥିଲା । ଶେଷରେ ଜିଲ୍ଳା ଉପ ସଭାପତି ସରୋଜ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.