pakka

ଯାଦବ ସମାଜର ବୈଠକ ଅନୁଷ୍ଠିତ : ମା’ ସମଲେଶ୍ଵରୀଙ୍କ ଚୈତ୍ର ବାସନ୍ତିକା ପୂଜା ମହୋତ୍ସବ ପାଳନ କରିବା ପାଇଁ ନିଷ୍ପତ୍ତି

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ଥିତ ନୃସିଂହନାଥ ସମଲେଶ୍ଵରୀ ମନ୍ଦିର ଠାରେ ଯାଦବ ସମାଜର ଏକ ବୈଠକ ଡୋଲାମଣି ମାହାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାଇକମାଲ ଓ ଝାରବନ୍ଧ ବ୍ଲକର ଯାଦବ ସମାଜ କାର୍ୟ୍ୟକର୍ତ୍ତା ଯୋଗଦେଇ ଥିଲେ । ଆସନ୍ତା ଚୈତ୍ର ପୂର୍ଣ୍ଣିମାରେ ଯାଦବ ସମାଜର ଇଷ୍ଟ ଦେବୀ ମା’ ସମଲେଶ୍ଵରୀ ଦେବୀଙ୍କ ଚୈତ୍ର ପୂର୍ଣ୍ଣିମା ପୂଜା ମହୋତ୍ସବ ପାଳନ କରାଯିବା ପାଇଁ ସ୍ଥିର କରାଯାଇଥିଲା । ପୂଜା ପରିଚାଳନା ପାଇଁ ଏକ କମିଟି ଗଠନ କରାଯାଇଥିଲା ବେଳେ ସଭାପତି ଡୋଲାମଣି ମାହାର, ସଂପାଦକ ବାଳକୃଷ୍ଣ ବନଛୋରଙ୍କ ସମେତ ୨୫ ଜଣିଆ କାର୍ୟ୍ୟକାରୀ କମିଟି ଗଠନ କରାଯାଇଥିଲା । ଝାରବନ୍ଧ ବ୍ଲକ ଅମଠି ଗ୍ରାମ ପଞ୍ଚାୟତ ର ନବ ନିର୍ବାଚିତ ସରପଞ୍ଚ ଲକ୍ଷେଶ୍ଵରୀ ସିଂ ଥପାଙ୍କୁ ଯାଦବ ସମାଜ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆଲୋଚନାରେ ଅମୃତଲାଲା ବନଛୋର, ଉତ୍କଳ ହଂସ, ଗାନ୍ଧୀ ବାଗ, ବନମାଳୀ ଚନ୍ଦନ, ଭୂବନେଶ୍ଵର ବନଛୋର, ମଦନ ଜାଲ, ଟିକେଲାଲ୍ ମାହାର, ସୁବାସ ହଂସ , ଅର୍ଜୁନ ଅଦାବର ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଶେଷରେ ସଂପାଦକ ବାଳକୃଷ୍ଣ ବନଛୋର ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

one × 3 =