oom

ମାନିନୀ ଭୋଇ ହେଲେ ବରଗଡ଼ ଜିଲ୍ଲା ପରିଷଦ ସଭାନେତ୍ରୀ

jsmm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ପରିଷଦ ସଭାନେତ୍ରୀ ଭାବେ ବିଜୁ ଜନତା ଦଳ ଶ୍ରୀମତୀ ମାନିନୀ ଭୋଇ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସ୍ଥିତ ସମ୍ମିଳନୀ କକ୍ଷରେ ସହକାରୀ ନିର୍ବାଚନ ଅଧିକାରୀ ତଥା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ କୃତିବାସ ରାଉତ ଉପସ୍ଥିତରେ ନିର୍ଦ୍ଧାରିତ ସମୟ ମଧ୍ୟରେ କେବଳ ମାନିନୀ ଭୋଇ ହିଁ ଏକମାତ୍ର ସଭିନେତ୍ରୀ ପ୍ରାର୍ଥୀନୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଅନ୍ୟ ସଭ୍ୟ ସଭ୍ୟା ମାନଙ୍କ ଉପସ୍ଥିତିରେ ନିର୍ବାଚନ ଅଧିକାରୀ କୃତିବାସ ରାଉତ ତାଙ୍କୁ ନିର୍ବାଚିତ ଘୋଷଣା କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବରଗଡ଼ ଜିଲ୍ଲାର ୩୪ ଟି ଜିଲ୍ଲା ପରିଷଦ ଆସନରୁ ବିଜୁ ଜନତା ଦଳ ୨୭ ଟିରେ ବିଜୟ ଲାଭ କରିଥିଲା । ନବ ନିର୍ବାଚିତ ସଭାନେତ୍ରୀ ଶ୍ରୀମତୀ ମାନିନୀ ଭୋଇ ବିଜେପୁର ୧ ନଂ ଜୋନ୍‌ରୁ ବିଜୟୀ ହୋଇଥିଲେ ।

jittmm
Leave A Reply

Your email address will not be published.