ବରଗଡ଼ରେ ଆନ୍ତର୍ଜାତୀୟ ଉଦ୍ୟୋଗୀ ସମ୍ମାନ ପ୍ରାପ୍ତ ମହିଳା ଉଦ୍ୟୋଗୀ ସ୍ୱାତୀ ବୁନ୍ଦିଆ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବାଙ୍ଗାଲୋର ସହରରେ ୨ ହଜାର ଭିକାରୀଙ୍କୁ କର୍ମସଂସ୍ଥାନ ଦେବା ସହ ଶିକ୍ଷା ଓ ଅନ୍ୟାନ୍ୟ କ୍ଷେତ୍ରରେ ସାରା ପୃଥିବୀରେ ନାଁ କରିଥିବା ମହିଳା ଉଦ୍ୟୋଗୀ ସ୍ୱାତୀ ବୁନ୍ଦିଆ ସ୍ଥାନୀୟ ଇମ୍ପରିୟଲ କଲେଜର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ୧୮ ବର୍ଷ ବୟସରୁ ନିଜ ଜୀବନର ସଂଘର୍ଷ ଓ ସଫଳତାର କାହାଣୀ ସେ ଏକ ସେମିନାରରେ ବିଶଦ ଭାବରେ ବର୍ଣ୍ଣନା କରିଥିଲେ । ମଣିଷ ସଫଳତା ପାଇବାକୁ ଆରମ୍ଭରୁ ସାହସପୂର୍ଣ୍ଣ ପଦକ୍ଷେପ ନେଲେ ନିଜକୁ ପ୍ରମାଣିତ କରିପାରେ ବୋଲି ସେ କହିଥିଲେ । ତାଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଅନୁଷ୍ଠାନ ‘କ୍ଳାପ’ରେ ଏଥିପାଇଁ ବିଭିନ୍ନ ବିଷୟରେ ଶିକ୍ଷାଦାନ ଦିଆଯିବା ସହ ଗବେଷଣା ମଧ୍ୟ ଜାରି ରହିଛି । ଇମ୍ପରିୟଲ କଲେଜର ମୁଖ୍ୟ ଦୀପକ ଗୋୟଲଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପିକା ଓ ଛାତ୍ରୀମାନେ ଯୋଗଦେଇଥିଲେ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ୨୦୧୬ରେ ସ୍ୱାତୀ ବୁନ୍ଦିଆଙ୍କୁ ଉଇମେନ ଅଫ୍ ଦି ଇୟର ପୁରସ୍କାର ମିଳିଛି । ଏହାଛଡା ସେ ଜଣେ ପ୍ରେରଣାଦାୟୀ ବକ୍ତା ଭାବରେ ପୃଥିବୀର ବହୁ ଦେଶର ଅଗ୍ରଣୀ ମେନେଜମେଣ୍ଟ କଲେଜ ଗୁଡିକରେ ବକୃତାମାଳା ପ୍ରସ୍ତୁତ କରିଆସୁଛନ୍ତି ।

Leave A Reply

Your email address will not be published.