ପଞ୍ଜାବରେ ବହୁମତ ପାଇଲା ଆମ୍‌ ଆଦ୍‌ମୀ ପାର୍ଟି

ନୂଆଦିଲ୍ଲୀ : ପଞ୍ଜାବରେ ଆମ୍‌ ଆଦ୍‌ମୀ ପାର୍ଟିକୁ ବହୁମତ ମିଳିଛି । ସମୁଦାୟ ୧୧୭ଟି ଆସନରୁ ଆପ୍‌ ସାଉଁଟି ନେଇଛି ୯୨ଟି ଆସନ । କଂଗ୍ରେସ ଏହି ରାଜ୍ୟରେ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ମାତ୍ର ୧୮ ଖଣ୍ଡ ଆସନ ହାତେଇବାରେ ସକ୍ଷମ ହୋଇଛି । ବିଜେପି.ର ପ୍ରଦର୍ଶନ ଏହି ରାଜ୍ୟରେ ଅତ୍ୟନ୍ତ ଦୁର୍ବଳ ରହିଥିବା ବେଳେ ମାତ୍ର ୨ଟି ଆସନ ପାଇଛି ବିଜେପି । ଅକାଳୀ ଦଳ ୪ଟି ସିଟ୍‌ରେ ବିଜୟୀ ହୋଇଥିବା ବେଳେ ଅନ୍ୟ ଦଳରୁ ଆଉ ଜଣେ ବିଜୟୀ ହୋଇଛନ୍ତି । ଆପ୍‌ର ସଫଳତା ଯୋଗୁଁ ଆପ୍‌ ନେତା ଓ କର୍ମୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି ।

Leave A Reply

Your email address will not be published.