ନିଃଶୁକ୍ଳ ଶ୍ରବଣ ଯାଞ୍ଚ ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ୫୨ତମ ସୁରକ୍ଷା ସପ୍ତାହ ପାଳନ ଅବସରରେ ଇସ୍ପାତ କାରଖାନା ବ୍ଲାଷ୍ଟଫର୍ଣ୍ଙେସ ବିଭାଗରେ ଶ୍ରବଣ ଯାଞ୍ଚ ଶିବିର ଅନୁଷ୍ଠିତ ହୋଇଯାଇଛି । ଇଅର ପ୍ଲସ୍ ସ୍ପିଚ୍ ହିଅରିଂ କ୍ଲିନିକ ଦ୍ବାରା ଏହି କାର୍ଯ୍ୟକ୍ରମ ସଂପାଦନ କରାଯାଇଥିଲା । ବ୍ଲାଷ୍ଟଫର୍ଣ୍ଙେସ ବିଭାଗର ମୁଖ୍ୟ ପରିଚାଳକ ବି.ଆର.ବାବୁ ଓ ଉପସୁରକ୍ଷା ଅଧିକାରୀ ପ୍ରଭାତ କୁମାରଙ୍କ ତତ୍ୱବଧାନରେ ବ୍ଲାଷ୍ଟଫର୍ଣ୍ଙେସ ୧ ଓ ୫ ବିଭାଗର ମୋଟ ୭୦ଜଣଙ୍କର କାନ ଓ ଶ୍ରବଣ ଶକ୍ତି ପରୀକ୍ଷା କରାଯାଇଥିଲା । ଶ୍ରବଣ ସମସ୍ୟା ଥିବା ୧୦ ଜଣ କର୍ମଚାରୀଙ୍କୁ ଫୋନାକ କଂପାନି ତରଫରୁ ମାଗଣାରେ ଇଅରପ୍ଲସ ପ୍ରଦାନ କରାଯାଇଥିଲା । ସୁରକ୍ଷା ସପ୍ତାହ ମଧ୍ୟରେ ଅନ୍ୟ ବିଭାଗର କର୍ମଚାରୀ ମାନଙ୍କର ଶ୍ରବଣ ଶକ୍ତି ମାଗଣାରେ ଯାଞ୍ଚ କରାଯିବ ବୋଲି ଇଅର ପ୍ଲସ୍ କ୍ଲିନିକର ବ୍ୟବସାୟିକ ମୁଖ୍ୟ ଅରବିନ ଦାସ ଏବଂ ଫୋନିକ କଂପାନିର ରୁଦ୍ରପ୍ରତାପ ମହାନ୍ତି ଓ ପ୍ରବୀଣ କୁମାର ସାମଲ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.