ବରଗଡ଼ର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ନାରୀ ଅବଳା ହୋଇପାରେ ହେଲେ ଦୂର୍ବଳା ନୁହଁ । ସମାଜରେ ନାରୀଙ୍କ ପ୍ରତି କେବଳ ମାନସିକତାରେ ପରିବର୍ତ୍ତନ ଆସିବା ଦରକାର । ଆଜି ସମାଜରେ ଧୀରେ ଧୀରେ କେବଳ ପୁରୁଷ ବୋଲି ନୁହଁ ସମସ୍ତଙ୍କ ମାନସିକତାରେ ପରିବର୍ତ୍ତନ ଆସିଲାଣି ବୋଲି ଗତକାଲି ସ୍ଥାନୀୟ ଗାନ୍ଧୀ ସ୍ମୃତି ପାଠାଗାରରେ ଆୟୋଜିତ ମହିଳା ଦିବସ ଅବସରରେ ବକ୍ତାମାନେ ଉପରୋକ୍ତ ବିଷୟରେ ବକ୍ତବ୍ୟ ରଖିଥିଲେ । ଅଧ୍ୟାପିକା ସଂଘମିତ୍ରା ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଓଡ଼ିଶା ଟିଭିର ସମ୍ପାଦିକା ଶ୍ରୀମତୀ ଶାରଦା ଲାହାଙ୍ଗିର ଓ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟା ଡ. ଶିବପ୍ରିୟା ମିଶ୍ର ଅତିଥି ଭାବରେ ଯୋଗଦେଇ ଥିଲେ । ଉପ ସଭାପତି ପ୍ରଦୀପ ହୋତା ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଶେଷରେ ଅଧ୍ୟାପିକା ଜୟଶ୍ରୀ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପାଠାଗାରର ସଭାପତି ବିମ୍ବାଧର କୁଅଁର, ସମ୍ପାଦକ ବିକ୍ରମ ପଣ୍ଡା, କୋଷାଧ୍ୟକ୍ଷ ଅନୁପ ଦର୍ଜି, ପୂର୍ବତନ ସଭାପତି ଅରୁଣ କୁମାର ମହାନ୍ତି, ପୂର୍ବତନ ସମ୍ପାଦକ ମନୋରଞ୍ଜନ ସାହୁ, ସଦସ୍ୟ ଜୟ ପ୍ରକାଶ ଶତପଥୀ, ପତିତପାବନ ସାହୁ, ଗୌରୀ ଶଙ୍କର ପଣ୍ଡା, ଅମୀୟ ଭୂଷଣ ସାହୁ, ରବି ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

ସେହିପରି ଇଣ୍ଡିଆ ବିୟୁଟି ଏସୋସିଏସନ ପକ୍ଷରୁ ଅଗ୍ରଗାମୀ ଯୁବକ ସଂଘ ଠାରେ ମହିଳା ଦିବସ ପାଳନ କରାଯାଇଥିଲା । ଏଥିରେ ଏକ ସମର୍ଦ୍ଧନା ଉତ୍ସବ ଆୟୋଜନ କରାଯାଇ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ଏସୋସିଏସନ ମୁଖ୍ୟ ମିନତି ସାହୁଙ୍କ ପୌରାହିତ୍ୟରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ।

ଚକରକେନ୍ଦ ସଂଯୁକ୍ତ ଯୁବକ ସଂଗଠନ ସ୍ଥିତ ମାତୃ ଛାୟା ଠାରେ ମଧ୍ୟ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ବୀଣାପାଣି ଆଚାର୍ଯ୍ୟ, ମୁଖ୍ୟ ବକ୍ତା ଭାବେ ମାଟିଲଗ୍ନା ସାହିତ୍ୟ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ କିଶୋର ଚନ୍ଦ୍ର ପ୍ରଧାନ, ଶ୍ରୀମତୀ ପ୍ରମୋଦିନୀ ସାହୁ, ସୁରେଶ୍ଵରୀ ପଣ୍ଡା ଏବଂ ଚକରକେନ୍ଦ ସରପଞ୍ଚ ଅନୀତା ରଥ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ସଭାକୁ ଅନୁଷ୍ଠାନର ସମ୍ପାଦକ ଦେବଦତ୍ତ ତ୍ରିପାଠୀ ପରିଚାଳନା କରିଥିଲେ । ଶେଷରେ ସତ୍ୟବତୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ସଭାରେ ଲବଙ୍ଗ ସାହୁ, ସଂଧ୍ୟା ରାଣୀ ମିଶ୍ର, ଜ୍ୟୋସ୍ନା ଦାସ, ମଞ୍ଜୁଲତା ଶତପଥୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.