ଖପ୍ରାଖୋଲ ୱାଇସିଡ଼ିଏ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ୱାଇସିଡ଼ିଏ ଅନୁଷ୍ଠାନ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ୱାଇସିଡ଼ିଏ ବ୍ଲକ ସଂଯୋଜକ ହେମବନ୍ତି ନନ୍ଦନ ବେହେରା, ସହ ସଂଯୋଜକ ଉମେଶ ଗୁପ୍ତା, ଖପ୍ରାଖୋଲ କୃଷକ ପ୍ରୋଡୁସର କମ୍ପାନୀ ସିଇଓ ଗଣେଷ ବନଛୋର ଯୋଗଦେଇ ଆନ୍ତର୍ଜାତୀୟ ମହିଳା ଦିବସ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଦାନନ୍ଦ ବାଗ, ପୁରନ୍ଦର ବନଛୋର, ଫକୀର ସାହୁ ପ୍ରମୁଖ ଯୋଗଦେଇ ଆନ୍ତର୍ଜାତୀୟ ମହିଳା ଦିବସ ସମ୍ପର୍କରେ ସମସ୍ତେ ମତବ୍ୟକ୍ତ କରିଥିଲେ ଏବଂ ଶେଷରେ ଅନୁଷ୍ଠାନର କାର୍ଯ୍ୟରତ ମହିଳା ସି.ଆର୍.ପି ବାସନ୍ତି ମୁଣ୍ଡାକୁ ଗିଫ୍ଟ ଦେଇ ସମ୍ମାନିତ କରାଯାଇଥିଲା ।

Leave A Reply

Your email address will not be published.