ଅସହାୟ ମହିଳାଙ୍କ ଶବ ସତ୍କାର କଲେ ରେଂଗାଲିର ବଜରଂଗ ଦଳ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ବୁଦୁଲା ପଂଚାୟତର ରେଂଗାଲି ଗ୍ରାମରେ ଉକିଆ ସାହୁ ନାମକ ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା । ସେ ଅନ୍ୟ ଜାତିରେ ବିବାହ କରିଥିବାରୁ ଜାତି ଭାଇ କେହି କାନ୍ଧ ଦେବାକୁ ଆସି ନଥିଲେ । ଅନେକ ସମୟ ପର୍ଯ୍ୟନ୍ତ ଶବ ପଡି ରହିଥିବା ଖବର ପାଇ ରେଂଗାଲି ଗ୍ରାମରେ ନୂତନ ଭାବେ ଗଠନ ହୋଇଥିବା ବଜରଂଗ ଦଳର ସଦସ୍ୟମାନେ ସଙ୍ଗେ ସଙ୍ଗେ ଆସିଥିଲେ । ବଜରଂଗ ଦଳର ସଦସ୍ୟବ୍ରୁନ୍ଦ ରେଂଗାଲି ଗ୍ରାମର କିଛି ବୁଦ୍ଧିଜୀବୀ ତଥା ଆଗଲପୁର ଫାଣ୍ଡି ଅଧିକାରୀଙ୍କୁ ପଚାରି ଶବ ସତ୍କାର କରିଥିଲେ । ବଜରଂଗ ଦଳର ଏହି କାର୍ଯ୍ୟକ୍ରମକୁୁ ସ୍ଥାନୀୟ ବୁଦ୍ଧିଜୀବୀ ଭୂୟସୀ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.