oom

ପାଟଣାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଚେୟାରମ୍ୟାନ ପଦ ପାଇଁ ୮ ଜଣ ଓ ୫୧ ଜଣ କାଉନସିଲର ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

jsmm

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବିଜ୍ଞାପିତ ଅଞ୍ଚଳ ପାଇଁ ନିର୍ବାଚନ ପକ୍ରିୟା ଆରମ୍ଭ ହୋଇଯାଇଛି । ଶେଷ ଦିନରେ ବିଜେପି, ବିଜେଡି, କଂଗ୍ରେସ ପ୍ରମୁଖ ଦଳମାନେ ନିଜ ପାର୍ଥୀପତ୍ର ଦାଖଲ କରିଛନ୍ତି । ୧୫ ଗୋଟି ୱାର୍ଡ ବିଶିଷ୍ଟ ପାଟଣାଗଡ଼ ବିଜ୍ଞାପିତ ଅଞ୍ଚଳ ପାଇଁ ବିଜେପି, ବିଜେଡି, କଂଗ୍ରେସ ଦଳ ସହ ସ୍ୱାଧୀନ ପାର୍ଥୀ ଭାବେ ୫ଜଣ ପାର୍ଥୀ ଚେୟାରମ୍ୟାନ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ୫୧ ଜଣ କାଉନସିଲର ପଦବୀ ପାଇଁ ନିଜ ପାର୍ଥୀପତ୍ର ଦାଖଲ କରିଛନ୍ତି । ଏହାରି ଭିତରେ ବିଜେପି ଆଶାୟୀ ପାର୍ଥୀମାନଙ୍କୁ ଉତ୍ସାହିତ କରିବାକୁ ପୂର୍ବତନ ପାଟଣାଗଡ଼ ବିଧାୟକ କନକ ବର୍ଦ୍ଧନଙ୍କ ଝିଅ ନିବୃତ୍ତି କୁମାରୀ ସିଂଦେଓ ପାର୍ଥୀମାନଙ୍କ ସଂଗୀତ ଖମାର ଠାରୁ ଗୋଟିଏ ରେଲିରେ ବାହାରି ଏନ୍‌ଏସି କାର୍ଯ୍ୟାଳୟକୁ ସାଙ୍ଗରେ ଯାଇଥିବା ବେଳେ ପାଟଣାଗଡ଼ ବିଧାୟକ ସରୋଜ ମେହେର ମଧ୍ୟ୍ୟ ପାର୍ଥୀମାନଙ୍କୁ ଉତ୍ସାହିତ କରିବାକୁ ସାଙ୍ଗରେ ଯାଇଥିଲେ । ପାଟଣାଗଡ଼ର ବିଭିନ୍ନ ସମସ୍ୟାକୁ ନେଇ ଭୋଟ ଭିକ୍ଷା କରିବେ ବୋଲି ଆଶାୟୀ ପାର୍ଥୀମାନେ କହିଛନ୍ତି ।

jittmm
Leave A Reply

Your email address will not be published.