csstore

ପୌର ପରିଷଦ ନିର୍ବାଚନ : ବରଗଡ଼ ମ୍ୟୁନିସିପାଲଟିରେ ସବୁ ଦଳ ନାମାଙ୍କନ ଦାଖଲ କଲେ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ପୌର ପରିଷଦ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନରେ ସବୁ ଦଳର ପ୍ରାର୍ଥୀ ଓ ପ୍ରାର୍ଥିନୀମାନେ ନାମାଙ୍କନପତ୍ର ଦାଖଲ କରିଥିଲେ । ୧୯ଟି ଓ୍ବାର୍ଡ ସଭ୍ୟ ସଭ୍ୟା ପାଇଁ ୬୯ ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବେଳେ ଅଧ୍ୟକ୍ଷା (ସଂରକ୍ଷିତ ମହିଳା) ପଦବୀ ପାଇଁ ୧୨ ଜଣ ପ୍ରାର୍ଥୀ ତାଙ୍କ ମନୋନୟନ ପତ୍ର ଦାଖଲ କରିଥିଲେ । ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ଅଧ୍ୟକ୍ଷା ପଦବୀ ପାଇଁ ବିଜୁ ଜନତା ଦଳ ପକ୍ଷରୁ ଶ୍ରୀମତୀ କଳ୍ପନା ମାଝୀ, ଭାରତୀୟ ଜନତା ପାର୍ଟିର ଶ୍ରୀମତୀ ଅନୁରାଧା ଅଗ୍ରୱାଲ, ଭାରତୀୟ ଜାତୀୟ କଂଗ୍ରେସ ଦଳରୁ ତପସ୍ଵିନୀ ବେହେରା, ଆମ୍ ଆଦମୀ ପାର୍ଟିରୁ ଦେବିକା ଦେହେରୀ, ବହୁ ଜନ ସମାଜ ପାର୍ଟିରୁ ଲିଲି କୁମ୍ଭାର ନାମାଙ୍କନ ପତ୍ର ଦାଖଲ କରିଥିଲେ । ସେହିପରି ସ୍ବାଧିନ ପ୍ରାର୍ଥିନୀ ଭାବେ ଶ୍ରୀମତୀ ସସ୍ମିତା ଦାସ, ପ୍ରତକନା ମଜୁମଦାର, ଦେବକୀ ସିକା, ମାମି ମିଶ୍ର, ସବିତା ଜେନା, ରାଜ କୁମାରୀ ଦାସ, ଜ୍ୟୋସ୍ନା ଚୌହାନ ପ୍ରମୁଖ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

jayashree
Leave A Reply

Your email address will not be published.