csstore

ବିଶ୍ଵଶାନ୍ତି ମହାଯଜ୍ଞ ସମେତ ଅଷ୍ଟାଦଶ ପୁରାଣ ପାଠ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ସହର ସ୍ଥିତ ବାନ୍ଦୁଟିକ୍ରାରେ ସ୍ୱର୍ଗତ ଜଗଦାନନ୍ଦ ପଣ୍ଡାଙ୍କ ଏକ ଖୋଲା ପଡିଆଠାରେ ଦୀର୍ଘ ଦୁଇଦିନ ଧରି ବାନ୍ଦୁଟିକ୍ରାରେ ବସବାସ କରୁଥିବା ବ୍ରାହ୍ମଣମାନଙ୍କ ଉଦ୍ୟମରେ ବିଶ୍ଵଶାନ୍ତି ମହାଯଜ୍ଞ ତଥା ଅଷ୍ଟାଦଶ ପୁରାଣ ପାଠ ଅନୁଷ୍ଠିତ ହୋଇଯାଇଛି । ଏହି ମହାନ କାର୍ଯ୍ୟକ୍ରମର ଉଦ୍ୟକ୍ତା ଭାବେ ଭିଏସ୍‌ଏସ୍‌ ନଗର ବ୍ରାହ୍ମଣ ସମାଜର ଚଞ୍ଚଳ ମିଶ୍ର, କୃଷ୍ଣଚନ୍ଦ୍ର ଦାଶ, ଶାନ୍ତାନୁ ପଣ୍ଡା, କୁଞ୍ଜବନ ପଣ୍ଡା, ନବକିଶୋର ମିଶ୍ର, ନାରାୟଣ ପାଣିଗ୍ରାହୀ ଯୋଗଦେଇ ଥିଲେ । କର୍ତ୍ତା ଭାବେ ଆନନ୍ଦ କର, ଉଷାବତୀ କର ଏବଂ ଜଗଦୀଶ ଷଡ଼ଙ୍ଗୀ, ପଦ୍ମାବତୀ ଦାଶ ତୁତାଇ ଥିବା ବେଳେ ପୁରୋହିତ ଭାବରେ କିଶୋର ଚନ୍ଦ୍ର ଦାଶ, ବିଭୁତି ଭୁଷଣ ଦାଶ, ପଞ୍ଚାନନ ମିଶ୍ର ରାଜେନ୍ଦ୍ର ତ୍ରିପାଠୀ, ପ୍ରଫୁଲ୍ଲ ଦାଶ,ଚିତ୍ତରଞ୍ଜନ ପଣ୍ଡା ସୂଚାରୁରୂପେ ପୂଜା କାର୍ୟ୍ୟ ସମ୍ପନ୍ନ କରିଥିଲେ । ଏହି କାର୍ୟ୍ୟକ୍ରମରେ ୧୦୮ ରୁ ଉର୍ଦ୍ଧ ବ୍ରାହ୍ମଣଙ୍କ ସମାବେଶ ପରିଲକ୍ଷିତ କରାଯାଇଥିଲା ।

jayashree
Leave A Reply

Your email address will not be published.