ବଲାଙ୍ଗିର, (କେପିଏନ୍ଏସ୍) : ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଥିବା ବେଳେ ପୁଣି ସରିତା ଦାଶ ବଲାଙ୍ଗିର ପୌର ପରିଷଦ ୨ ନମ୍ବର ୱାର୍ଡର ବିଜେଡି କାଉନ୍ସିଲର୍ ପ୍ରାର୍ଥୀ ହୋଇଛନ୍ତି । ନାରୀ ଶକ୍ତି ଫାଉଣ୍ଡେସନ୍ର ସଭାନେତ୍ରୀ ରହି ସୁଶ୍ରୀ ସରିତା ଦାଶ ସହରର ମହିଳାମାନଙ୍କୁ ନେଇ ବିଗତ କରୋନା ସଂକ୍ରମଣ କାଳରେ ଅନେକ ସେବାମୂଳକ ପଦକ୍ଷେପ ନେଇ ଚର୍ଚ୍ଚାରେ ରହିଥିଲେ । ଗତ ଦୁଇ ଥର ଧରି ୨ ନମ୍ବର ୱାର୍ଡରେ କାଉନ୍ସିଲର୍ ରହି ସାରିଥିବା ସୁଶ୍ରୀ ସରିତା ପୁଣି ବଲାଙ୍ଗିର ପୌର ପରିଷଦ ୨ ନମ୍ବର ୱାର୍ଡର କାଉନ୍ସିଲର୍ ପଦବୀ ପାଇଁ ବିଜେଡ଼ି ପ୍ରାର୍ଥିନୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଜେଡ଼ି ପକ୍ଷରୁ ଟିକେଟ୍ ପାଇବା ପରେ ନାରୀ ଶକ୍ତି ଫାଉଣ୍ଡେସନ୍ ତଥା ସହରର ମହିଳାମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି ।
Next Post