ଅବାଞ୍ଛିତ ଗର୍ଭ ଧରି ବୁଲୁଛି ପାଗଳୀ ମା : ଉଦ୍ଧାର କଲା ସଂକଲ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ସଭ୍ୟ ସମାଜରେ ମହିଳା ଓ ପୁରୁଷଙ୍କୁ ସମାଜ ସମାନ ଦୃଷ୍ଟିରେ ଦେଖୁଥିବା ବେଳେ ମହିଳାଙ୍କ ଆତ୍ମସମ୍ମାନ ଓ ସୁରକ୍ଷା ଏବେ ସର୍ବ ପ୍ରଥମ ସ୍ଥାନରେ ରହିଅଛି । ମହିଳାମାନେ ଆଉ କୌଣସି କ୍ଷେତ୍ରରେ ପଛୁଆ ବା ଅପହୃତ ହୋଇ ନାହାନ୍ତି । ନିଜର ଶକ୍ତି ଓ ସାମର୍ଥ୍ୟ ବଳରେ ପୁରୁଷ ପ୍ରଧାନ ସମାଜରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ସାରିଛନ୍ତି ନାରୀ । ଏପରିକି ମହିଳାମାନଙ୍କୁ ସ୍ୱତନ୍ତ୍ର ସମ୍ମାନ ଦେବା ଲକ୍ଷ ନେଇ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ମାର୍ଚ୍ଚ ୮ ତାରିଖକୁ ବିଶ୍ୱ ମହିଳା ଦିବସ ଭାବରେ ପାଳନ କରାଯାଉଛି । ସମାଜରେ ନାରୀ ସବୁ କ୍ଷେତ୍ରରେ ନିଜର ପରାକାଷ୍ଠା ଦେଖାଇ ସାରିଥିବା ବେଳେ ଏବେ ବି କିଛି କ୍ଷେତ୍ରରେ କିଛି ପଶୁ ପ୍ରବୃତ୍ତି ପୁରୁଷମାନେ ନାରୀଙ୍କୁ ନିର୍ଯ୍ୟାତନା ଦେବା ବନ୍ଦ କରିନାହାନ୍ତି । ଏପରିକି ମାନସିକ ବିକୃତ୍ତି ଥିବା ମହିଳାଙ୍କୁ ଉପଯୁକ୍ତ ଥଇଥାନ କରିବା ପରିବର୍ତ୍ତେ ସେମାନେ ଅବାଞ୍ଛିତ ଗର୍ଭ ଧାରଣ କରିବା ଭଳି କୁତ୍ସିତ ଘଟଣା ନଜରକୁ ଆସିଛି । ସତ୍ୟ ଉଦାହରଣ ଭାବେ ଆଜି ଜଣେ ମାନସିକ ବିକୃତି ମହିଳାଙ୍କୁ ଅତାବିରା ବ୍ଲକର ଏକ ଗାଁରୁ ଅତି ଅସହାୟ ଅବସ୍ଥାରେ ସଂକଳ୍ପ ପରିବାର ଉଦ୍ଧାର କରି ବରଗଡ଼ ଜିଲ୍ଲା ସଖୀ ସେଣ୍ଟରକୁ ଆଣିଥିଲା । ଉକ୍ତ ମହିଳାଙ୍କ ପ୍ରାଥମିକ ଚିକିତ୍ସା ପରେ ସେ ୬ ମାସର ଗର୍ଭବତୀ ଥିବା ଜଣାପଡିଥିଲା । ଜଣେ ମସ୍ତିଷ୍କ ବିକୃତି ଥିବା ମହିଳାଙ୍କୁ କେହି ଦୁର୍ବୃତ୍ତ ନିଜର ଯୌନ କ୍ଷୁଧା ଚରିତାର୍ଥ କରିବା ପାଇଁ ପାସବିକ ଅତ୍ୟାଚାର କରି ଅବାଞ୍ଛିତ ଗର୍ଭ ଧାରଣ କରାଇଥିବା ସନ୍ଧେହ ୍‌ରାଯଉଛି । ସମ୍ପୃକ୍ତ ମହିଳା ଜଣକ କିଛି ଜାଣିପାରୁ ନଥିବା ବେଳେ ନିଜ ଗର୍ଭରେ ୬ ମାସର ଏକ ଶିଶୁକୁ ବଢ଼ାଇ ଚାଲିଛନ୍ତି । ଏପରି ଅବସ୍ଥାରେ ସମ୍ପୃକ୍ତ ମହିଳାଙ୍କ ଉତ୍ତମ ଚିକତ୍ସା, ଗର୍ଭର ସୁରକ୍ଷା ତଥା ଠିକ୍‌ ସମୟରେ ସନ୍ତାନର ପ୍ରସବ କରିବା ବର୍ତମାନ ମୁଖ୍ୟ ସମସ୍ୟା ହୋଇ ଛିଡା ହୋଇଅଛି । ମାନସିକ ବିକୃତ ମହିଳାଙ୍କ କେହି ଆତ୍ମୀୟ ସ୍ଵଜନ୍ୟ ନଥିବା ବେଳେ କିମ୍ବା ତାଙ୍କ ପରିଚୟ ଜଣାପଡୁନଥିବା ଯୋଗୁଁ ତାଙ୍କର ରହିବା ଖାଇବା ଓ ଚିକିତ୍ସା ପାଇଁ କଣ ପଦକ୍ଷେପ ନିଆଯିବ ତାହାକୁ ନେଇ କିଛି ସ୍ଥିର ହୋଇପାରୁ ନାହିଁ । ଏକବିଂଶ ଶତାବ୍ଦୀରେ ମଣିଷ ଉଗ୍ର ଆଧୁନିକତା ଆଡକୁ ମୁହାଁଉ ଥିବା ବେଳେ ନିଜର ଯୌନ ଆକାଂକ୍ଷା ପାଇଁ ଯେ କୌଣସି ସ୍ତରକୁ ଯିବାର ନଜିର ମଧ୍ୟ କିଛି କମ ନୁହେଁ । ଜଣେ ପାଗଳୀ ମା’ ଅନାବଶ୍ୟକ ଭାବେ ଏକ ନବାଗତ ଭବିଷ୍ୟତକୁ ଗର୍ଭରେ ଧରି ବୁଲୁଛନ୍ତି । ଆଉ କିଛି ମାସ ପରେ ଭୂମିଷ୍ଠ ସନ୍ତାନଟି ତାର ପରିଚୟ ଖୋଜିବ । ସେତିକି ବେଳକୁ ବିନା ଦୋଷରେ ସମ୍ପୃକ୍ତ ଛୁଆଟି ଜାରଜ ସନ୍ତାନର ଅପକ୍ଷ୍ୟାତି ନେଇ ବୁଲିବ । ତେବେ ଦୋଷ କରିବ କିଏ? କ୍ଷ୍ୟୁଧା ମେଣ୍ଟାଇବା କିଏ?ପରିଣାମ ଭୋଗିବ କିଏ ? ଏହା ସଭ୍ୟ ସମାଜ ନା ଆଦିମ ପ୍ରକୃତିର ବ୍ୟଥା ?

Leave A Reply

Your email address will not be published.