ଦେବୀ ନଦୀରେ ବୁଡ଼ି ନାବାଳକର ପ୍ରାଣହାନୀ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ପଳସା ଗାଁରେ ଶୌଚ ହେବାକୁ ଯାଇଥିବା ବେଳେ ଦେବୀ ନଦୀରେ ବୁଡି ନାବାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ନାବାଳକ ପଳସା ଗାଁର ପିଣ୍ଟୁ ବେହେରା ବୋଲି ଜଣାପଡିଛି । ଦେବୀ ନଦୀକୁ ପିଣ୍ଟୁ ଶୌଚ ହେବାକୁ ଯାଇଥିବା ବେଳେ ବୁଡି ଯାଇଥିଲେ । ପରିବାର ଲୋକେ ପିଣ୍ଟୁଙ୍କୁ ଉଦ୍ଧାର କରି ଜଗତସିଂହପୁର ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି ।

Leave A Reply

Your email address will not be published.