କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ୬୯ତମ ମହାପ୍ରୟାଣ ଦିବସ ପାଳନ

ଭଦ୍ରକ : ଭଦ୍ରକ ଜିଲ୍ଲା କାନ୍ତକବି ସାହିତ୍ୟ କଳିକା ତରଫରୁ ଆୟୋଜିତ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ୬୯ତମ ମହାପ୍ରୟାଣ ଦିବସ ପାଳନ ଅବସରରେ ରାଜ୍ୟସ୍ତରୀୟ କବିତାଞ୍ଜଳିରେ କୋସଲୀ କବିତା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି “କାନ୍ତ ସ୍ମୃତି ସମ୍ମାନ – ୨୦୨୨” ପାଇବାର ଗୌରବ ଅର୍ଜନ କରିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରର ବିଶିଷ୍ଟ ସାହିତ୍ୟିକ ତଥା କୋଶଳ ସାହିତ୍ୟ ଏକାଡ଼େମୀର ରାଜ୍ୟ ସଭାପତି ଦେବେନ୍ଦ୍ର କୁମାର ନାଏକ । ଏହା ପୂର୍ବରୁ ସେ ପୁରୀ, ବାଲେଶ୍ୱର, କଟକ ପ୍ରଭୃତି ବିଭିନ୍ନ ଜିଲ୍ଲାରୁ ଅନେକ ପୁରସ୍କାର ଓ ସମ୍ମାନ ଲାଭ କରିଥିବାରୁ ସ୍ଥାନୀୟ ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି । ବର୍ତ୍ତମାନ ସେ ତରଭା ସ୍ଥିତ ଏ.ଇ.ଏସ୍. କଲେଜରେ ଲାଇବ୍ରେରୀଏନ୍‌ ଭାବେ କାର୍ଯ୍ୟରତ ଅଛନ୍ତି ।

Leave A Reply

Your email address will not be published.