କିଭ୍ ଛାଡ଼ି ଲଭିଭରେ ପହଞ୍ଚିଲେ ଓଡ଼ିଆ ଚେସ୍‌ ତାରକା ଅନ୍ୱେଷ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଆ ଚେସ୍‌ ତାରକା ଆଇଏମ୍‌ ଅନ୍ୱେଷ ଉପାଧ୍ୟାୟ ୟୁକ୍ରେନର ରାଜଧାନୀ କିଭ୍‌ରେ ରହି ପାଠ ପଢ଼ୁଥିଲେ । ରୁଷର କିଭ୍ ଉପରେ ଆକ୍ରମଣ ପରେ ସେ ସେଠାରେ ଫସି ରହିଥିବା ବେଳେ ଏ ପର୍ଯ୍ୟନ୍ତ ଅନ୍ୱେଷ ନିଜ ଦେଶକୁ ଫେରିବାରେ ସଫଳ ହୋଇପାରି ନାହାନ୍ତି । କିନ୍ତୁ ଗତକାଲି ସେ କିଭ୍‌ ଛାଡ଼ି ଲଭିଭ୍‌ରେ ପହଞ୍ଚିଥିବା ବିଷୟ ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ଭାରତୀୟ ଦୂତାବାସ ଦ୍ୱାରା ଜାରି କରାଯାଉଥିବା ପ୍ରତ୍ୟେକ ନିର୍ଦ୍ଦେଶାବଳୀକୁ ଆମେ ଅନୁସରଣ କରୁଛୁ । ଦୀର୍ଘ ୧୦ ଘଣ୍ଟାର ଟ୍ରେନ ଯାତ୍ରା ପରେ ଆମେ ଲଭିଭ୍‌ରେ ପହଞ୍ଚିଛୁ । ଏହା ପୋଲାଣ୍ଡ ସୀମାକୁ ଲାଗି ଏକ ସହର । ଗୋଟିଏ ଦିନ ବିଶ୍ରାମ ପରେ ଆମେ ସ୍ୱଦେଶ ଫେରିବୁ । ନିୟମିତ ଭାବେ ମୁଁ ମୋର ପରିବାର ସହ ଯୋଗାଯୋଗରେ ରହିଛି । ଯାହା ଆଶା କରାଯାଉଛି, ବୁଧବାର ଅନ୍ୱେଷ ନିଜଦେଶକୁ ଫେରି ପାରନ୍ତି ।

Leave A Reply

Your email address will not be published.