ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼

ଚାନ୍ଦବାଲି : ଆଜି ପବିତ୍ର ମହାଶିବରାତ୍ରୀରେ ଚଳଚଞ୍ଚଳ ଶୈବପୀଠ । ଏଥିପାଇଁ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ନୀତି ନିର୍ଘଣ୍ଟ ଅନୁଯାୟୀ ବାବାଙ୍କ ନୀତିକାନ୍ତି ହୋଇ ଭୋର ୪ଟାରେ ପହଡ ଖୋଲିବା ପରେ ମଙ୍ଗଳ ଆଳତୀ କରାଯାଇଛି । ପରମ୍ପରା ଅନୁଯାୟୀ, କନିକା ରାଜାଙ୍କ ପକ୍ଷରୁ ପହିଲି ଘର୍ଷଣ ଲାଗି କରାଯାଇଥିବା ବେଳେ ପରେ ସକାଳ ୫ଟାରେ ପାଳିଆ ସେବାୟତଙ୍କ ପକ୍ଷରୁ ଖେଚୁଡି ଅନ୍ନନୀତି ଭୋଗ ଲାଗି କରାଯାଇଛି । ଏବେ ଶୃଙ୍ଖଳାର ସହ ସାଧାରଣ ଦର୍ଶନ ଚାଲିଛି । ତେବେ ଆଖଣ୍ଡଳମଣିଙ୍କ ପୀଠରେ ଭୋର୍ ୪ଟାରୁ ୫ଟା ମଧ୍ୟରେ ମନ୍ଦିର ଚୂଡାକୁ ଉଠିବ ମହାଦୀପ ବୋଲି ସୂଚନା ରହିଛି ।

Leave A Reply

Your email address will not be published.