csstore

ଟାଉନ ଥାନା ପୋଲିସ ଦ୍ୱାରା ଡକାୟତି ଉଦ୍ୟମ ପଣ୍ଡ, ତିନି ଆନ୍ତଃ ଜିଲ୍ଲା ଡକାୟତ ଗିରଫ

ଢେଙ୍କାନାଳ, (ତାପସ ଦାସ) : ଟାଉନ ଥାନା ପୋଲିସ ଦ୍ୱାରା ଏକ ଡକାୟତି ଉଦ୍ୟମକୁ ପଣ୍ଡ କରାଯାଇଥିବା ବେଳେ ତିନିଜଣ ଡକାୟତଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଦକ୍ଷିଣ କାଳି ନିକଟସ୍ଥ ଆମ୍ବ ତୋଟା ମଧ୍ୟରେ ଆନ୍ତଃ ଜିଲ୍ଲା ଡକାୟତ ଦଳ ଡକାୟତି ପାଇଁ ଯୋଜନା କରୁଥିବା ସମୟରେ ଟାଉନ ଥାନା ପୋଲିସ ଚଢ଼ାଉ କରି ତିନିଜଣ ଡକାୟତଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ଜଣାପଡିଛି । ସେମାନଙ୍କ ଠାରୁ କାର, ବାଇକ, ବନ୍ଧୁକ ସମେତ ଜୀବନ୍ତ ଗୁଳି ଓ ୫ ଗୋଟି ମୋବାଇଲ ସହ ନଗଦ ଟଙ୍କା ଜବତ କରାଯାଇଛି ।

jayashree
Leave A Reply

Your email address will not be published.