ସମିତି ସଭ୍ୟ ପଦବୀରେ କଂଗ୍ରେସ ବ୍ଲକ୍ ସଭାପତିଙ୍କୁ ହରାଇଲେ ବିଜେଡି ଜିଲ୍ଲା ସମ୍ପାଦକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବ୍ରାହ୍ମଣୀଜୋର ପଞ୍ଚାୟତରେ ସମିତି ସଭ୍ୟ ପଦବୀ ପାଇଁ ଚାଲିଥିଲା ଲଢେଇ । ଗୋଟିଏ ପଟେ କଂଗ୍ରେସ ବ୍ଲକ୍ ସଭାପତି ତ ଅନ୍ୟପଟେ ପୂର୍ବ ସରପଞ୍ଚ ତଥା ବିଜେଡି ଜିଲ୍ଲା ସମ୍ପାଦକ । ବ୍ଲକର ଦୁଇ ଜଣ ଚିଂହା ମୁହଁ ସମିତି ସଭ୍ୟ ପଦବୀ ପାଇଁ ବିପକ୍ଷରେ ଛିଡ଼ା ହୋଇଥିବାରୁ କିଏ ହେବ ବିଜୟୀ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ହେଲେ ଦେଓଗାଁ ବ୍ଲକ କଂଗ୍ରେସ ସଭାପତି ରାମଜୀ ଚୌଧୁରୀଙ୍କୁ ହରାଇ ବିଜେଡି ଜିଲ୍ଲା ସମ୍ପାଦକ ତଥା ପୂର୍ବ ସରପଞ୍ଚ ଦୟାନିଧି ଖମାରୀ (ମଣ୍ଟୁ) ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି ।

Leave A Reply

Your email address will not be published.