ଆଖଣ୍ଡଳମଣିଙ୍କ ପୀଠରେ ମହାଶିବରାତ୍ରୀ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ

ଚାନ୍ଦବାଲି : ଆସନ୍ତାକାଲି ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ହେବ ବାବା ଆଖଣ୍ଡଳମଣିଙ୍କ ପୀଠ । ମହାଶିବରାତ୍ରୀ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ୟ୍ୟାୟରେ । ବାବା ଆଖଣ୍ଡଳମଣିଙ୍କ ଜାଗରଯାତ୍ରା ନୀତିକାନ୍ତି ଅନୁଯାୟୀ, ଆସନ୍ତାକାଲି ଭୋର ୪ଟାରେ ଆଳତୀ ହେବ । ଏହାପରେ ଭୋର ୪ଟା ୩୦ମିନିଟ୍‌ରେ କନିକାରାଜାଙ୍କର ପହିଲି ଘର୍ଷଣଲାଗି ହେବ । ଏହାପରେ ସକାଳ ୫ଟାରେ ପାଳିଆ ସେବାୟତ ପକ୍ଷରୁ ଖେଚୁଡି ଅନ୍ନନୀତି ଭୋଗ ଲାଗି ହେବ । ସକାଳ ୫ଟାରୁ ରାତ୍ର ୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ହେବ । ସେହିପରି ରାତି ୧୧ଟା ଚତୁର୍ଥପ୍ରହର ପୂଜା, ଘୃତସ୍ନାନ, ଘର୍ଷଣଲାଗି, ୧୦୮ କଳସ ଜଳଲାଗି, ପଞ୍ଚ ଉପଚାର ପୂଜା ହେବ । ରାତି ୧୨ଟା ମଣିବାବାଙ୍କ ସୁନାବେଶ ଆରମ୍ଭ ହୋଇ ରାତି ୧ଟା ୩୦ମି. ସୁନାବେଶ ସମ୍ପନ୍ନ ହେବ । ଏହି ସମୟରେ ସର୍ବସାଧାରଣ ଦର୍ଶନ ମନା ରହିଛି । ଶେଷରେ ରାତି ୨ଟାରେ ମହାଦୀପ ଉଠିବା ପାଇଁ ପ୍ରସ୍ତୁତି ଆରମ୍ଭ ହେବ । ରାତି ୩ଟା ୧୫ମି. ମହାଦୀପ ଷୋଡଶ ଉପଚାରରେ ପୂଜାରେ ପ୍ରତିଷ୍ଠା, ଅଗ୍ନି ସଂଯୋଗ ଏବଂ ଯଜ୍ଞ ହେବ । ଭୋର ୪ଟାରେ ମହାଦୀପ ବେଢା ପରିକ୍ରମା କରିବା ପରେ ଭୋର ୪ଟା ୩୦ମିରୁ ୫ଟା ମଧ୍ୟରେ ମହାଦୀପ ମନ୍ଦିର ଚୂଡାରେ ସ୍ଥାପନ ହେବ ।

Leave A Reply

Your email address will not be published.