csstore

କୁନ୍ଦୋମାଲରେ ବାଲ୍ୟବିବାହ ବନ୍ଦ କଲା ପ୍ରଶାସନ

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା ଥାନା ଅନ୍ତର୍ଗତ କୁନ୍ଦେମାଲ ଗାଁରେ ପ୍ରଶାସନ ଏକ ବାଲ୍ୟବିବାହ ବନ୍ଦ କରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ କୁନ୍ଦେମାଲ ଗାଁର କ୍ଷମାନିଧି ବକୁଲଙ୍କ ନାବାଳିକା ଝିଅର ଦେଓଗାଁ ବ୍ଲକ୍‌ ଜରାସିଂହା ନିକଟସ୍ଥ ଜମାଦାର ପାଲି ଗାଁର ଶ୍ୟାମଘନ ବାଗ୍‌ଙ୍କ ପୁଅ ସହିତ ବାହାଘର ସ୍ଥିର ହୋଇଥିଲା । ଉକ୍ତ ଝିଅର ବୟସ ୧୮ ବର୍ଷରୁ କମ୍‌ ଥିବାରୁ ଚାଇଲ୍ଡ ଲାଇନ କର୍ମୀ ଓ ପୋଲିସ ଆସି ବାହାଘର ବନ୍ଦ କରିଥିବା ଜଣାପଡ଼ିଛି । ତୁଷୁରା ପୋଲିସ ଏସ୍‌ଆଇ ଜ୍ୟୋତିରାଣୀ ମହାନନ୍ଦ ଦେଓଗାଁ ଚାଲଲ୍ଡ ଲାଇନ କର୍ମୀ ତପିବର ଭୋଇ, ନୀଳାମ୍ବର ମହାନ୍ତି, ଦେଓଗାଁ ବାଲ୍ୟବିବାହ ନିରୋଧ ଅଧିକାରିଣୀ ସୁକାନ୍ତି ବେହେରା ସୁପରଭାଇଜର୍‌ ଭୂମିସୁତା ମହାନନ୍ଦ, ଅଙ୍ଗନୱାଡି କର୍ମୀ ବବିତାଞ୍ଜଳି ବିଶ୍ୱାଲ ପ୍ରମୁଖ ଝିଅର ଘରକୁ ଯାଇ ବୁଝାସୁଝା କରିଥିଲେ । ଉଭୟ କନ୍ୟା ଓ ବର ପକ୍ଷ ଝିଅକୁ ୧୮ ବର୍ଷ ପରେ ବିବାହ କରାଇବାକୁ ରାଜି ହୋଇଥିଲେ ।

jayashree
Leave A Reply

Your email address will not be published.