oom

କର୍ମଚାରୀ ରାଜ୍ୟ ବୀମା ନିଗମର ୭୦ତମ ପ୍ରତିଷ୍ଠା ଦିବସ ପାଳିତ

jsmm

ଭୁବନେଶ୍ୱର, (ସୁଶାନ୍ତ ସାହୁ) : କର୍ମଚାରୀ ରାଜ୍ୟ ବୀମା ନିଗମ ପକ୍ଷରୁ ୭୦ତମ ପ୍ରତିଷ୍ଠା ଦିବସ ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ନିର୍ଦ୍ଦେଶକ ପାର୍ଥସାରଥୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବିଶିଷ୍ଟ ଅତିଥି ଭାବେ ଆପୋଲୋ ହସ୍ପିଟାଲ୍‌ର ସିଇଓ ସୁଧୀର ଏମ୍‌ ଦିଗିକର୍‌, ଆମ୍ରି ହସ୍ପିଟାଲ୍‌ର ସିଇଓ ନୀଳାଞ୍ଜନା ମୁଖାର୍ଜୀ, ସମ୍ମାନିତ ଅତିଥି ଭାବେ ଇଏସ୍‌ଆଇସିର ରାଜ୍ୟ ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ଲାଲ୍‌ ମୋହନ ମିଶ୍ର ଓ ଇଏସ୍‌ଆଇସିର ଉପ ନିର୍ଦ୍ଦେଶକ ସୁକାନ୍ତ ଚନ୍ଦ୍ର ଦାସ ଯୋଗ ଦେଇଥିଲେ । ସାମାଜିକ ସୁରକ୍ଷା ଅଧିକାରୀ ମୌସୁମୀ ଦେ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ବିଭୁଦତ୍ତ ଓଝା, ସହାୟକ ନିର୍ଦ୍ଦେଶକ ବିଶ୍ୱମୋହନ ପାଣିଗ୍ରାହୀ, ସାମାଜିକ ସୁରକ୍ଷା ଅଧିକାରୀ ଦୁଃଖୀଶ୍ୟାମ ରାଉତ ପ୍ରମୁଖ ‌ସହଯୋଗ କରିଥିଲେ । ଶତାବ୍ଦୀ ତନୟା ସାହୁ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଏହି ଅବସରରେ କୋଭିଡ୍‌-୧୯ ରିଲିଫ୍‌ ସ୍କିମ୍‌ ଅନ୍ତର୍ଗତ ସୁବିଧା ତିନୋଟି ନିର୍ଭରଶୀଳ ପରିବାରକୁ ପ୍ରଦାନ କରାଯାଇଥିଲା । ଇଏସ୍‌ଆଇସି ପକ୍ଷରୁ କର୍ମଚାରୀଙ୍କ ପାଇଁ କରାଯାଉଥିବା ବହୁବିଧି ଯୋଜନା ଓ ତାହାର ସଫଳ ରୂପାୟନକୁ ଅତିଥିମାନେ ପ୍ରଶଂସା କରିଥିବା ବେଳେ ନିର୍ଦ୍ଦେଶକ ଶ୍ରୀ ପଣ୍ଡା ସୂଚନା ଦେଇ କହିଥିଲେ, ଇଏସ୍‌ଆଇ ଏକ ବହୁମୁଖୀ ସାମାଜିକ ସୁରକ୍ଷା ଯୋଜନା । ବର୍ତ୍ତମାନ ଓଡ଼ିଶାରେ ପ୍ରାୟ ୮ ଲକ୍ଷ ଇଏସ୍‌ଆଇ ହିତାଧିକାରୀ ରହିଛନ୍ତି । ଏହାକୁ ଆଗାମୀ ଦିନରେ ଅଧିକ ଲୋକ ଉପଯୋଗୀ କରିବା, ହିତାଧିକାରୀମାନଙ୍କ ନିକଟରେ ସହଜ ଓ ସୁବିଧାରେ ଯୋଜନା ପହଞ୍ଚାଇବା ପାଇଁ ପ୍ରୟାସ ଜାରି ରହିବ ବୋଲି କହିଥିଲେ ।

jittmm
Leave A Reply

Your email address will not be published.