oom

ରାଇଠାଣି ବାଏପାସ ରାସ୍ତାରେ ୨୧ କେଜି ଗଂଜେଇ ଜବତ : ୩ ବଙ୍ଗିୟ ମହିଳା ଗିରଫ

jsmm

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାରୁ ରାଜ୍ୟ ବାହାରକୁ ଗଂଜେଇ ଚାଲାଣ କରୁଥିବା ୩ଜଣ ବଙ୍ଗୀୟ ମହିଳାଙ୍କୁ ବୌଦ୍ଧ ପୁଲିସ ଗିରଫ କରି ସେମାନଙ୍କ ନିକଟରୁ ୨୧ କିଲୋ ଗଂଜେଇ ଜବତ କରିଥିବା ଜଣାପଡ଼ିଛି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସକାଳ ପ୍ରାୟ ୯ଟା ସମୟରେ ତିିନି ଜଣ ମହିଳା ବୌଦ୍ଧ ସହର ନିକଟସ୍ଥ ବାଇପାସ ରଇଠାଣୀଠାରେ ବସକୁ ଅପେକ୍ଷାରେ କରିଥିଲେ । ତେବେ ସେମାନଙ୍କ ସନ୍ଦେହ ଜନକ ଗତିବିଧି ସମ୍ପର୍କରେ କୌଣସି ସୁତ୍ରରୁ ପୋଲିସ ଖବର ପାଇ ସେଠାରେ ପହଞ୍ଚି ଅତର୍କିତ ଚଢାଉ କରି ତନଖି ନେବାରୁ ମହିଳାମାନଙ୍କ ଠାରୁ ୨୧ କେଜି ଗଂଜେଇ ଜବତ କରିବା ସହ କିଛି ଶାଢୀ, କସ୍‌ମେଟିକ ସାମଗ୍ରୀ, ମୋବାଇଲ ସହ କିଛି ଟଙ୍କା ଜବତ କରିଥିବା ଜଣାଯାଇଛି । ଯୁବତୀମାନେ ହେଲେ ପଶ୍ଚିମବଙ୍ଗ ରାଜ୍ୟର ହୁଗୁଳି ଜିଲ୍ଲା ଶିରପୁର ଗ୍ରାମର ରେଖା ଦାସ(୩୧), ବର୍ଦ୍ଧମାନ ଜିଲ୍ଲା ସତପତି ମାଲରୋରାର ଗ୍ରାମର ମୋନିକା ହଲଦାଲ (୩୨) ଓ ହୁଗୁଳି ଜିଲ୍ଲା ବିଶପୁରା ନମ୍ବର ୱାନର ଗ୍ରାମର ତପୋସି ଦାସ(୩୦) । ଏନେଇ ବୌଦ୍ଧ ଥାନା ପକ୍ଷରୁ ଥାନା କେସ ନଂ ୬୬/୨୨ରେ ଏକ ମାମଲା ରୁଜୁ କରାଯାଇଥିବା ସହ ମହିଳାମାନଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ବୌଦ୍ଧ ଥାନା ଅଧିକାରୀ ମାଧବାନନ୍ଦ ନାଏକ କହିଛନ୍ତି ।

jittmm
Leave A Reply

Your email address will not be published.