ୟୁକ୍ରେନ ଓ ରୁଷିଆ ଭିତରେ ଆରମ୍ଭ ହୋଇଛି ଯୁଦ୍ଧ

ଭୟରେ ଥରୁଛନ୍ତି, ଭାରତୀୟ ନାଗରିକ ଓ ଛାତ୍ର ଛାତ୍ରୀ
• ଉଦ୍ଧାର ସହାୟତା ପାଇଁ ଦୂତାବାସଙ୍କ ନିକଟରେ ଭାରତୀୟ ନାଗରିକଙ୍କ ଗୁହାରି

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ୟୁକ୍ରେନ ଓ ରୁଷିଆ ଭିତରେ ଯୁଦ୍ଧ ଆରମ୍ଭ ହୋଇଯାଇଥିବା ବେଳେ ସେହି ଦେଶରେ ଭୟର ବାତାବରଣ ସୃଷ୍ଟି ହୋଇ ଧନ ଜୀବନ ନଷ୍ଟ ହେଉଛି । ସେଠାରେ ବହୁ ଭାରତୀୟ ଛାତ୍ର ଛୁତ୍ରୀଙ୍କ ସମେତ ବହୁ ଭାରତୀୟ ନାଗରିକ ଫସି ରହିଥିବା ଜଣାପଡିଛି । ଏପଟେ ଢେଙ୍କାନାଳ ଗୋବିନ୍ଦପୁର ଗାଁର ସନ୍ତୋଷ ସ୍ୱାଇଁଙ୍କ ପୁଅ ସୁପ୍ରିତ ସ୍ୱାଇଁ ୟୁକ୍ରେନର ବିନିସ୍ତାରେ ଅଛନ୍ତି । ଗତ ତିନିମାସ ତଳେ ଏମବିବିଏସ (ଡାକ୍ତରୀ )ପାଠ ପଢିବା ପାଇଁ ଢେଙ୍କାନାଳରୁ ଯୁକ୍ରେନ ଦେଶର ବିନିସ୍ତାକୁ ଯାଇଥିଲେ ୨୦ ବର୍ଷୀୟ ଯୁବକ ସୁପ୍ରୀତ ସ୍ୱାଇଁ । ସୁପ୍ରୀତ ବିନିସ୍ତା କଲେଜର ହଷ୍ଟେଲରେ ରହିଥିବା ବେଳେ ତାଙ୍କ ମା’ ସନ୍ଧ୍ୟାରାଣୀ ସ୍ୱାଇଁଙ୍କ ସହିତ ଗତକାଲି ଦିନ ତମାମ କଥା ହେଉଥିବା କଥା କହିଛନ୍ତି ମା’ ସାନ୍ଧ୍ୟରାଣୀ । ତେବେ ଗତକାଲି ଅପେକ୍ଷା ଆଜି ୟୁକ୍ରେନର ବିନିସ୍ତା ଅଞ୍ଚଳରେ ସ୍ଥିତି ବହୁ ପରିମାଣରେ ବିଗୁଡୁଥିବା ବିଷୟରେ ଫୋନ ଯୋଗେ ସୁପ୍ରିତ ମା’ ଙ୍କୁ କହିଛନ୍ତି । ସେ ରହୁଥିବା ସ୍ଥାନରେ ଡାକବାଜି ଯନ୍ତ୍ର ଯୋଗେ ଘରୁ ପଦାକୁ ନ’ ବାହାରିବାକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପ୍ରଚାର କରାଯାଉଥିବା କହିଛନ୍ତି ସୁପ୍ରିତ । କଲେଜ ପକ୍ଷରୁ ତାଙ୍କୁ ପ୍ରସ୍ତୁତ ହୋଇ ରହିବା ପାଇଁ କୁହାଯାଇଛି । ଯେ କୌଣସି ମୁହୂର୍ତ୍ତରେ ସେଠାରେ ରହିଥିବା ଭାରତୀୟଙ୍କୁ ଫ୍ଲାଇଟଯୋଗେ ଭାରତକୁ ପଠାଇବା ପାଇଁ ବ୍ୟବସ୍ଥା କରାଯାଇପାରେ, ଭାରତୀୟ ଦୂତବାସ ତରଫରୁ କୁହାଯାଇଛି ବୋଲି ସୁପ୍ରୀତ ତାଙ୍କ ମା’ ଙ୍କୁ କହିଛନ୍ତି । ପରିବାର ଲୋକେ ତାଙ୍କ ପୁଅକୁ ଫେରାଇ ଆଣିବାକୁ ସରକାରଙ୍କ ପାଖରେ ନିବେଦନ କରିଛନ୍ତି ।

ସେହିପରି ଗଞ୍ଜାମ ଜିଲ୍ଲାର ବିଭିନ୍ନ ସହରାଞ୍ଚଳ, ଗ୍ରାମରୁ ୟୁକ୍ରେନ ଯାଇ ଡାକ୍ତରୀପାଠ ପଢୁଥିବା ଛାତ୍ରଛାତ୍ରୀ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାରଙ୍କ ଠାରେ ନିବେଦନ କରିଛନ୍ତି, ସେମାନଙ୍କ ପିତାମାତା ତଥା ଅଭିଭାବକ ମାନେ । ଭାରତୀୟ ଦୂତାବାସ ପକ୍ଷରୁ ୨୪ଘଣ୍ଟିଆ ହେଲ୍ପ-ଲାଇନ ନମ୍ବର ଜାରୀ କରାଯାଇଛି । ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଳକ୍ ଅନ୍ତର୍ଗତ ବାଦଲ ସାବତ ଓ କନିଷିର ସନାତନ ଶତପଥୀ ଦୁଇ ଡାକ୍ତରୀ ଛାତ୍ର ୟୁକ୍ରେନରେ ଫସି ରହିଛନ୍ତି । ପରିବାର ପକ୍ଷରୁ ଭାରତ ସରକାରଙ୍କ ଠାରେ ଆକୁଳ ନିବେଦନ କରିଛନ୍ତି ।

Leave A Reply

Your email address will not be published.