oom

ରୋଟାରୀ ସଂଗଠନର ୧୧୭ତମ ଜନ୍ମୋତ୍ସବ ପାଳନ

jsmm

ବ୍ରହ୍ମପୁର, (ସତ୍ୟ ନାରାୟଣ ରେଡ୍ଡୀ) : ରୋଟାରୀ କ୍ଳବ ଅଫ୍ ବ୍ରହ୍ମପୁର ଇଷ୍ଟ ତରଫରୁ ରୋଟାରୀ ସଂଗଠନର ୧୧୭ତମ ଜନ୍ମୋତ୍ସବ ବ୍ରହ୍ମପୁର ଆସିକା ରୋଡ୍ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ପାଳିତ ହୋଇଯାଇଛି । କ୍ଳବର ସଭାପତି କାମରାଜୁ ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଡାକ୍ତର ସମ୍ବିତ ବେଗ୍ ରାୟ, ଶୁଭଲକ୍ଷ୍ମୀ ମହାନ୍ତ ଯୋଗଦେଇ ଛାତ୍ରୀମାନଙ୍କ ଋତୁସ୍ରାବ ଜନିତ ସମସ୍ୟା ଓ ତାର ନିରାକରଣ ଉପରେ ବିକ୍ଷିପ୍ତ ଭାବେ ଆଲୋଚନା କରିଥିଲେ ଏବଂ ଛାତ୍ରୀମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ସଂଶୟ ଦୂର କରିଥିଲେ । ଅନ୍ୟତମ ଅତିଥି ମୀରା ନାୟକ ଯୋଗଦେଇ ଛାତ୍ରୀମାନଙ୍କୁ ଆତ୍ମ ରକ୍ଷା କିପରି କରାଯାଇ ପାରିବ ତା’ ଉପରେ ବକ୍ତବ୍ୟ ରଖିଥିଲେ ଏବଂ ଛାତ୍ରୀମାନଙ୍କୁ ନେଇ କୌଶଳ ପ୍ରଦର୍ଶନ କରାଇଥିଲେ । ପ୍ରଧାନ ଶିକ୍ଷକ ବିଜୟ କୁମାର ବେହେରା କାର୍ଯ୍ୟକ୍ରମ ସଂଯୋଜନା କରି ରୋଟାରୀ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ କ୍ଳବର ସଂପାଦକ ଜୟନ୍ତ କିଶୋର ପାତ୍ର, କୋଷାଧ୍ୟକ୍ଷ ଦୁର୍ଗା ରାଓ, ପ୍ରଦୀପ କୁମାର ପଟ୍ଟନାୟକ, ଲିଙ୍ଗରାଜ ନାୟକ, ନାରସୁ ଜେନା, ସମାଜ ସେବୀ ରାକେଶ କୁମାର ସାହୁ, ବାଉରୀବନ୍ଧୁ ସାହୁ ପ୍ରମୁଖ ବ୍ୟକ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଦ୍ୟାଳୟର ଶିକ୍ଷୟିତ୍ରୀ ମିନତୀ ତ୍ରିପାଠୀ, ସଂଯୁକ୍ତା ପାଢୀ, ସୁଷମା ସାହୁ, ବନ୍ଦନା ତ୍ରିପାଠୀ ଦୁଃଖୀ ଶ୍ୟାମ ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ସଂଯୋଜନାରେ ଉତ୍ସବ ମୁଖରିତ ହୋଇ ଉଠିଥିବା ବେଳେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ପରିବେଷଣ କରାଯାଇଥିଲା ।

jittmm
Leave A Reply

Your email address will not be published.