csstore

ଖଟଖଟିଆରେ ବିଶ୍ୱ ମାତୃଭାଷା ଦିବସ ପାଳିତ

ବୌଦ୍ଧ, (ମମତା ମହାକୁର) : କଣ୍ଟାମାଳ ବ୍ଲକ ଖଟଖଟିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ଶିକ୍ଷକ ରଂଜୁ ଅମାତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବରିଷ୍ଠ ସାହିତ୍ୟିକ ହରିହର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାତୃଭାଷାର ମହତ୍ୱ ସମ୍ପର୍କରେ ଆଲୋକପାତ କରି ଓଡ଼ିଆ ଭାଷା ପାଇଁ ଓଡିଶା ପ୍ରଦେଶ କେବଳ ଗଠନ ହୋଇ ପାରିବା କଥାକୁ ଉଲ୍ଲେଖ କରିଥିବା ବେଳେ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ‘ଉଦବୋଧନ’ କବିତା ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ବୈଶାଖୁ ବସ୍ତିଆ, ବନିତା ମେହେର ପ୍ରମୁଖ ଉପସ୍ଥିତ ଥିବାବେଳେ ଛାତ୍ର ଶକ୍ତି କୁମାର ପଣ୍ଡା ମାତୃଭାଷା ସମ୍ପର୍କରେ ସ୍ଲୋଗାନ ଦେଇ ମାତୃଭାଷାର ସୁରକ୍ଷା ମା’ ର ସୁରକ୍ଷା ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛାତ୍ରୀ ସ୍ୱରୂପା ପଲିଆ, ସ୍ନେହାରାଣୀ ପ୍ରଧାନ, ଅଙ୍କିତା କମ୍ପ ପ୍ରମୁଖ କବିତାରେ ଭାଗ ନେଇଥିଲେ । ଶେଷରେ ଛାତ୍ରୀ ସ୍ନେହାରିଣୀ ପ୍ରଧାନ ଧନ୍ୟବାଦ ଦେଇଥିଲେ ।

jayashree
Leave A Reply

Your email address will not be published.