ବ୍ରିଜ୍‌ରୁ ଖସିଲା ଲୁହା ବୋଝେଇ ଟ୍ରଲର : ୧ ମୃତ, ୧ ଗୁରୁତର

ଢ଼େଙ୍କାନାଳ, (ତାପସ ଦାସ) : ଢ଼େଙ୍କାନାଳ କାମାକ୍ଷାନଗର ବ୍ରାହ୍ମଣୀ ନଦୀ ବ୍ରିଜରୁ ଲୁହା ବୋଝେଇ ଟ୍ରଲର ଖସି ପଡ଼ିଥିବା ଜଣାପଡ଼ିଛି । ସୂଚନା ଅନୁସାରେ​ ‌ଆଜି ସକାଳେ ଏକ ଲୁହା ବୋଝେଇ ଟ୍ରେଲର୍‌ ଦ୍ରୁତଗତିରେ ଯାଉଥିବା ବେଳେ କାମାକ୍ଷାନଗର-କମଗରା ବ୍ରାହ୍ମଣୀ ବ୍ରିଜ ବାଡ଼ ଭାଙ୍ଗି ୩୦ ଫୁଟ ପୋଲ ତଳକୁ ଖସିପଡିଥିବା ଜଣାପଡ଼ିଛି । ତେବେ ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ସ୍ଥାନୀୟ ଅଗ୍ନିଶମ ବାହିନୀ ଓ ସଦରଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣାପଡିଛି ।

Leave A Reply

Your email address will not be published.